ମାନହାନୀ ପରେ ସମନ୍ଥାଙ୍କୁ ନାତୁଣୀ କହିଲେ ଡାକ୍ତର

ଚେନ୍ନାଇ,୨୪।୧୦: ତେଲୁଗୁ ଓ ତାମିଲ ଫିଲ୍ଡ ଇଣ୍ଡଷ୍ଟ୍ରିରେ ସବୁଠୁ ଜଣାଶୁଣା ନାମ ସମନ୍ଥା ନିକଟରେ ତାଙ୍କ ସ୍ବାମୀ ନାଗା ଚୈତନ୍ୟଙ୍କ ସହ ବିବାହ ବିଚ୍ଛେଦ କରିଛନ୍ତି। ଦୀର୍ଘ ୪ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ୨୦୧୭ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲା ଟଲିଉଡ୍‌ର ଏହି ହାଇପ୍ରୋଫାଇଲ ଯୋଡ଼ି। କିନ୍ତୁ ଦୁହିଁଙ୍କ ବିଚ୍ଛେଦ ପରେ ସୋସିଆଲ ମିଡିଆରେ ଅନେକ ଗୁଜବ ପ୍ରକାଶ ପାଇଥିଲା। ଏପରି କି ବିଭିନ୍ନ ଲୋକଙ୍କ ସହ ସମନ୍ଥାଙ୍କ ଅନୈତିକ ସମ୍ପର୍କ ଥିବା ଗାଷ୍ଟ୍ରୋଲୋଜିଷ୍ଟ ଡ. ସି ଏଲ ଭେଙ୍କଟ ରାଓ ଦାବି କରିଥିଲେ।

ଏଭଳି ମନ୍ତବ୍ୟ କାରଣରୁ ଭେଙ୍କଟ ରାଓ ଏବଂ ଦୁଇ ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଥିଲେ। ଏହାପରେ ବଦଳି ଯାଇଛି ଡାକ୍ତରଙ୍କ ସ୍ବର। “ସମନ୍ଥା ମୋ ନାତୁଣୀ ଭଳି। ଆଉ ତାଙ୍କୁ ନ୍ୟାୟ ଦେବା ପାଇଁ ମୁଁ ସମସ୍ତ ପ୍ରକାର ସହଯୋଗ କରିବି। ସୋସିଆଲ ମିଡିଆ ରିପୋର୍ଟକୁ ଆଧାର କରି ମୁଁ ତାଙ୍କ ବିରୋଧରେ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିଲେ” ବୋଲି ଡ. ଭେଙ୍କଟ କହିଛନ୍ତି।

Share