ହଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ସାମନ୍ଥା

ମୁମ୍ବାଇ: ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନିକଟରେ ତାଙ୍କ ସ୍ବାମୀ ତଥା ଅଭିନେତା ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହୋଇଛନ୍ତି । ଛାଡପତ୍ର ହେବା ପରଠାରୁ ସାମନ୍ଥା ନିଜର ପର୍ସନାଲ ଲାଇଫକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି । ତେବେ ଏବେ ସେ ହଲିଉଡ୍‌ ପାଇଁ ପ୍ରସ୍ତୁତ ହେବା ଆରମ୍ଭ ହୋଇଛନ୍ତି ।

ଖୁବଶୀଘ୍ର ସେ ହଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ହଲିଉଡ ନିର୍ଦ୍ଦେଶକ ଫିଲିପ ଜନ୍‌ଙ୍କ ଫିଲ୍ମ ‘ଆରେଞ୍ଜମେଣ୍ଟ ଅଫ ଲଭ’ରେ ସେ କାମ କରିବେ। ଏହି ଫିଲ୍ମରେ ସାମନ୍ଥାକୁ ଜଣେ ସମଲିଙ୍ଗୀ ଚରିତ୍ରରେ ଦେଖିବାକୁ ମିଳିବ।
ତେବେ ଏହାକୁ ନେଇ ସାମନ୍ଥା ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ଅନେକ ବର୍ଷ ଧରି ଫିଲିପ୍‌ଙ୍କ ପ୍ରୋଜେକ୍ଟଗୁଡ଼ିକୁ ଅତି ନିକଟରୁ ଅନୁସରଣ କରୁଛି। ମୁଁ ଏହାକୁ ନେଇ ବହୁତ ଏକ୍ସସାଇଟେଡ୍‌ ଅଛି ବୋଲି ସେ କହିଛନ୍ତି ।

Share