ପୂର୍ବ ଶଶୁରଙ୍କ ଷ୍ଟୁଡିଓରେ କାମ କରୁଛନ୍ତି ସାମନ୍ଥା

ମୁମ୍ବାଇ : ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଗତ କିଛିଦିନ ଧରି ପର୍ସନାଲ ଲାଇଫକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସେ ଓ ତାଙ୍କ ସ୍ବାମୀ ତଥା ଅଭିନେତା ନାଗା ଚୈତନ୍ୟ ପରସ୍ପର ଠାରୁ ଅଲଗା ହୋଇଛନ୍ତି । ଦୁହିଁଙ୍କର ଛାଡପତ୍ର ହୋଇଛି । ତେବେ ଛାଡପତ୍ର ପରେ ପ୍ରଥମ ଥର ପାଇଁ ୨୬ ନଭେମ୍ବର ୨୦୨୧ରେ ଷ୍ଟୁଡିଓରେ ନଜର ଆସିଥିଲେ। ଯାହା ତାଙ୍କ ପୂର୍ବ ଶଶୁର ତଥା ସାଉଥ ସିନେମାର ମେଗାଷ୍ଟାର ନାଗାର୍ଜୁନଙ୍କର ଷ୍ଟୁଡିଓ।

ତେବେ ସାମନ୍ଥା ଡବିଂ ପାଇଁ ସେହି ଷ୍ଟୁଡିଓକୁ ଯାଇଥିଲେ । କୁହାଯାଉଛି କି ଯେଉଁଠାରେ ସେ ତାଙ୍କ ଫିଲ୍ମର ଡବିଂ ପାଇଁ ଯାଉଛନ୍ତି ତାହା ଶଶୁରଙ୍କ ଷ୍ଟୁଡିଓ । ଏବେ ସେ ‘ଶକୁନ୍ତଲାମରେ’ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ଗୁନାସେଖର।

 

 

Share