ଆଶ୍ରମରେ ଧ୍ୟାନରତ ସାମନ୍ଥା

ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ନିକଟରେ ତାଙ୍କ ସିରିଜ୍‌ର ଶୁଟିଂ ସାରି କିଛି ସମୟ ପାଇଁ ଚଳଚ୍ଚିତ୍ର ଜଗତରୁ ବ୍ରେକ୍‌ ନେଇଛନ୍ତି। ସେ ଏବେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଉଛନ୍ତି। ନିକଟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି; ଯେଉଁଥିରେ ସେ ଏକ ଆଶ୍ରମରେ ଧ୍ୟାନରେ ବସିଥିବା ଦେଖିବାକୁ ମିଳିଛି। ସେ ସେହି ଆଶ୍ରମର ଆଉ କିଛି ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ଇନ୍ଦ୍ରଧନୁ ଏବଂ ମୟୂର ନାଚୁଥିବାର ଦୃଶ୍ୟ ନଜରକୁ ଆସିଛି। ଲୋକଙ୍କୁ ଧ୍ୟାନର ମହତ୍ତ୍ୱ ବାବଦରେ ସେ କହିଛନ୍ତି। ଧ୍ୟାନ କରିବା ଫଳରେ ସେ ନିଜକୁ ଶାନ୍ତ ଏବଂ ଶକ୍ତିଶାଳୀ ଅନୁଭବ କରୁଛନ୍ତି। ତାଙ୍କ ପୋଷ୍ଟରେ ଅନେକ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି। ସାମନ୍ଥା ନିକଟରେ ରାଜ ଏବଂ ଡିକେଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ସିଟାଡେଲ ଇଣ୍ଡିଆ’ର ଶୁଟିଂ ଶେଷ କରିଛନ୍ତି। ଏହା ଅକ୍ଟୋବର ୬ରେ ରିଲିଜ୍‌ ହେବ। ଏଥିରେ ସେ ଅଭିନେତା ବରୁନ ଧାୱନଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି। ଏମାନଙ୍କ ସହ ଶିକନ୍ଦର ଶେଖ୍‌, ଠାକୁର ଅନୁପ ସିଂ, ଅପୂର୍ବା ଅରୋରାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ସାମନ୍ଥା ୨୦୧୦ରେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଶେଷଥର ପାଇଁ ସେ ‘ଶକୁନ୍ତଳମ୍‌’ରେ ନଜରକୁ ଆସିଥିଲେ। ଏଥିସହ ତାଙ୍କୁ ଟେଲିଭିଜନ ଶୋ’ ଏବଂ କିଛି ମ୍ୟୁଜିକ୍‌ ଭିଡିଓରେ ଦେଖିବାକୁ ମିଳିଛି।

Share