ସ୍ବାସ୍ଥାବସ୍ଥାକୁ ନେଇ ମୁହଁ ଖୋଲିଲେ ସାମନ୍ଥା, କହିଲେ ‘ମୁଁ ଏ ପର୍ଯ୍ୟନ୍ତ ମରି ନାହିଁ’

ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ଅପକମିଙ୍ଗ୍‌ ଫିଲ୍ମ ‘ଯଶୋଦା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଫିଲ୍ମର ପ୍ରମୋଶନରେ ଲାଗିପଡିଛନ୍ତି। ଏହାରି ମଧ୍ୟରେ ଅଭିନେତ୍ରୀ ଏକ ବଡ ରୋଗରେ ଆକ୍ରାନ୍ତ ଅଛନ୍ତି ବୋଲି ଶୁଣାଯାଉଛି। ଏହାକୁ ନେଇ ସେ ଏକ ସାକ୍ଷାତକାରରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ଜୀବନ ବିପଦପୂର୍ଣ୍ଣ ଅବସ୍ଥାରେ ନାହାଁନ୍ତି। କିଛି ଦିନ ଭଲ ଆଉ କିଛି ଖରାପ ଥାଏ। ମୁଁ ଯେତେବେଳେ ପଛକୁ ଚାହେଁ ଆଶ୍ଚର୍ଯ୍ୟ ହୋଇଯାଏ, କାହିଁକି ନା ମୁଁ ସେହି ବାଟ ଦେଇ ବହୁ କଷ୍ଟରେ ଏ ପର୍ଯ୍ୟନ୍ତ ପହଞ୍ଚିଛି। ବର୍ତ୍ତମାନ ମୁଁ ଯେଉଁ ପର୍ଯ୍ୟାୟରେ ଅଛି, ଏହା ଜୀବନ ପ୍ରତି ବିପଦ ନୁହେଁ । ମୁଁ ଏ ପର୍ଯ୍ୟନ୍ତ ମରି ନାହିଁ । ଏ ବିଷୟରେ କହିବା ଅଭିନେତ୍ରୀ ଭାବପ୍ରବଣ ହୋଇଯାଇଥିବା ଦେଖିବକାୁ ମିଳିଥିଲା।

Share