ଚାର୍ଜ ବଢ଼ାଇଲେ ସାମନ୍ଥା: ୩ ମିନିଟ୍‌ ଗୀତ ପାଇଁ ମାଗିଲେ …

ସାଉଥ ସୁନ୍ଦରୀ ସମାନ୍ଥା ରୁଥ ପ୍ରଭୁ ନାଗା ଚୈତନ୍ୟଙ୍କ ଠାରୁ ଛାଡପତ୍ର ପରେ ଚର୍ଚ୍ଚାରେ ରହିଛନ୍ତି। ଏହା ଭିତରେ ସେ ନିଜକୁ ବଦଳେଇ ମଧ୍ୟ ଦେଇଛନ୍ତି। କେବେ ବି ଆଇଟମ ଗୀତ କରି ନ ଥିବା ସାମନ୍ଥା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ରେ ଏଭଳି କରିଛନ୍ତି। ଏ ନେଇ ସେ ଚାର୍ଜ ବଢ଼ାଇ ଦେଇଛନ୍ତି। ମାତ୍ର ୩ ମିନିଟ ପାଇଁ ସେ ମୋଟା ଅଙ୍କର ଟଙ୍କା ମାଗିଛନ୍ତି । ସେ ୫ କୋଟି ଟଙ୍କା ଚାର୍ଜ କରିଥିବା ଖବର ଏବେ ସାମ୍ନାକୁ ଆସିଛି। ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ଏବେବି ବକ୍ସ ଅଫିସରେ ଧମାଲ କରୁଛି। ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସ୍ପନ୍ସ ମିଳିଛି। ଏହି ଫିଲ୍ମରେ ଥିବା ଅଭିନେତ୍ରୀ ସାମନ୍ଥାଙ୍କ ଆଇଟମ ଗୀତ ଚର୍ଚ୍ଚାରେ ରହିଛି। ଦର୍ଶକଙ୍କୁ ଏହି ଗୀତ ବେଶ ପସନ୍ଦ ଆସୁଛି। ଏହି ଗୀତରେ ସାମନ୍ଥା ଜବରଦସ୍ତ ଡ୍ୟାନ୍ସ ମଧ୍ୟ କରିଛନ୍ତି। ଏହା ତାଙ୍କର ପ୍ରଥମ ଆଇଟମ ଗୀତ।
ରିପୋର୍ଟ ଅନୁସାରେ, ଏହି ଗୀତ ପାଇଁ ସାମନ୍ଥା ମୋଟା ଅଙ୍କର ଟଙ୍କା ଚାର୍ଜ କରିଥିଲେ। କେବଳ ୩ ମିନିଟ୍‌ର ଗୀତ ପାଇଁ ସେ ୫ କୋଟି ଟଙ୍କା ନେଇଛନ୍ତି । ଏହି ଗୀତ ପାଇଁ ପ୍ରଥମେ ସାମନ୍ଥା ରାଜି ନ ଥିଲେ, କାରଣ ଏହା ଏକ ଆଇଟମ ଗୀତ ଥିଲା। ପୂର୍ବରୁ କେବେ ଆଇଟମ ଗୀତରେ ନାଚି ନଥିବା ସାମନ୍ଥାଙ୍କୁ ପରେ ଅଭିନେତା ଅଲ୍ଲୁ ଅର୍ଜୁନ ବୁଝାଇଥିଲେ। ଏପରେ ଏହି ଗୀତରେ ଅଭିନୟ କରିବା ସେ ପାଇଁ ରାଜି ହୋଇଥିଲେ । ଆଉ ଏହି ଗୀତରେ ଡ୍ୟାନ୍ସ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ଡିସେମ୍ବର ୧୭ରେ ଫିଲ୍ମ ‘ପୁଷ୍ପା’ ରିଲିଜ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ୩୦୦ କୋଟିରୁ ଅଧିକ ଟଙ୍କାର ଆୟ କରିସାରିଲାଣି।

Share