ନାଗାଙ୍କ ନିର୍ବନ୍ଧ ପରେ ସାମନ୍ଥାଙ୍କୁ ମିଳିଲା ବିବାହ ପ୍ରସ୍ତାବ, ଅଭିନେତ୍ରୀ କହିଲେ…

ମୁମ଼୍ବାଇ, ୧୧।୦୮: ନିକଟରେ ଅଭିନେତା ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ନିର୍ବନ୍ଧ ସରିଛି । ନାଗା ଏବଂ ଶୋଭିତାଙ୍କ ପରିବାରର ଉପସ୍ଥିତିରେ ଏହି ନିର୍ବନ୍ଧ ହୋଇଛି । ଯାହାକୁ ନେଇ ଫ୍ୟାନ୍ସ ଚକିତ ହୋଇଯାଇଥିବା ବେଳେ ଏକ୍ସରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଏହାରି ମଧ୍ୟରେ ଅଭିନେତା ନାଗା ଚୈତନ୍ୟଙ୍କ ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁଙ୍କୁ ବିବାହ ପ୍ରସ୍ତାବ ମିଳିଛି । ଯାହାକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଅଭିନେତ୍ରୀଙ୍କୁ ଜଣେ ପ୍ରଂଶସକ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ତାଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି । ମୁକେଶ ଚିନ୍ତା ନାମକ ଜଣେ ପ୍ରଶଂସକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ସାମନ୍ଥାଙ୍କୁ ପ୍ରସ୍ତାବ ଦେଉଥିବାର ନଜର ଆସିଛନ୍ତି। ଭିଡିଓରେ ସେ ହାଇଦ୍ରାବାଦରେ ସାମନ୍ଥାଙ୍କ ଘର ଖୋଜିବାର ଡ୍ରାମା କରିଛନ୍ତି ଏବଂ ତା’ପରେ ତାଙ୍କୁ ପ୍ରସ୍ତାବ ଦେବା ପାଇଁ ତାଙ୍କ ଜିମ୍‌ରେ ଆଣ୍ଠୁମାଡ଼ି ବସି ପଡ଼ିଛନ୍ତି।

ଭିଡିଓରେ ମୁକେଶ କହିଛନ୍ତି- ’ମୁଁ ସାମନ୍ଥାଙ୍କ ପାଖକୁ ଯାଉଛି, ତାଙ୍କୁ କହିବାକୁ ଯେ ସେ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ମୁଁ ତାଙ୍କ ପାଇଁ ସବୁବେଳେ ରହିବି। ସାମନ୍ଥାଙ୍କ ଘରେ ପହଞ୍ଚିବା ପରେ ସେ ତାଙ୍କୁ ଖୋଜିବା ପାଇଁ ତାଙ୍କ ଜିମ୍‌ରେ ପହଞ୍ଚିଥିଲେ । ଯେଉଁଠାରେ ସେ ତାଙ୍କୁ ବିବାହ କରିବାକୁ ନିବେଦନ କରୁଛନ୍ତି ଏବଂ ୨ ବର୍ଷ ସମୟ ମାଗିଛନ୍ତି । ଯଦି ତୁମେ ଚାହଁ, ମୁଁ ତୁମକୁ ବିବାହ କରିବାକୁ ପ୍ରସ୍ତୁତ ଅଛି। ତା’ପରେ ସେ ଗୋଟିଏ ଆଣ୍ଠୁରେ ବସିପଡ଼ି ଅଭିନେତ୍ରୀଙ୍କୁ ପ୍ରସ୍ତାବ ଦେଉଛନ୍ତି ।

ତେବେ ସାମନ୍ଥା ମଧ୍ୟ ଏହି ଭିଡିଓରେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି । ଅଭିନେତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଭିଡିଓର ପଛ ଦୃଶ୍ୟରେ ଦେଖାଯାଇଥିବା ଜିମ ମୋତେ ପ୍ରଭାବିତ କରିଛି । ମୁକେଶ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସାମନ୍ଥାଙ୍କ ପ୍ରତିକ୍ରିୟା ସେୟାର କରି ଲେଖିଛନ୍ତି ଯେ ଯଦି ଦୁନିଆ ସାମନ୍ଥାଙ୍କ ବିରୁଦ୍ଧରେ ଥାଏ, ତେବେ ମୁଁ ଦୁନିଆର ବିରୋଧୀ ହେବାକୁ ପ୍ରସ୍ତୁତ।

Share