ଭରଣପୋଷଣ ଲାଗି ନାଗାଙ୍କଠାରୁ ୨୦୦ କୋଟି ନେବାକୁ ମନା କରିଦେଲେ ସମନ୍ଥା; କହିଲେ ଟଙ୍କାଟିଏ ବି ଲୋଡା…

ବମ୍ବେ: ବିବାହ ବିଚ୍ଛେଦ ନେଇ ଘୋଷଣା କରି ପ୍ରଶଂସକଙ୍କୁ ଚମକାଇଛନ୍ତି ସାଉଥ୍‌ର ଲୋକପ୍ରିୟ ଯୋଡ଼ି ସମନ୍ଥା ପ୍ରଭୁ-ନାଗା ଚୈତନ୍ୟ। ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ଏହି ଯୋଡ଼ି ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବୟାନ ଜାରି କରିଥିଲେ। ସେମାନେ ପାଖାପାଖି ଦଶ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଚାରି ବର୍ଷ ତଳେ ବିବାହ କରିଥିଲେ। ସବୁକିଛି ଠିକ୍‌ ଚାଲିଥିଲେ ହେଁ ଏବେ ସମ୍ପର୍କ ତୁଟିଛି। ଛାଡ଼ପତ୍ର ପରେ ଭରଣପୋଷଣ ପାଇଁ ୨୦୦ କୋଟି ଟଙ୍କା ଦେବେ ବୋଲି ନାଗାଙ୍କ ପକ୍ଷରୁ କୁହାଯାଇଥିଲା। ହେଲେ ସମନ୍ଥା ଟଙ୍କାଟିଏ ବି ନେବାକୁ ମନା କରିଦେଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।

ବିବାହ ବିଚ୍ଛେଦକୁ ନେଇ ସମନ୍ଥା ଭାଙ୍ଗି ପଡ଼ିଛନ୍ତି। ବିବାହରୁ ସେ କେବଳ ପ୍ରେମ ଏବଂ ସମର୍ଥନ ଆଶା କରିଥିଲେ। ହେଲେ ସେ ନିଜେ ସ୍ବାବଲମ୍ବୀ। ଯେତେବେଳେ ଉଭୟଙ୍କ ସବୁକିଛି ଶେଷ ହୋଇଛି ସେତେବେଳେ ସେ ଅଧିକ କିଛି ଚାହୁଁ ନାହାନ୍ତି। ଏଭଳି ଖରାପ ସମୟରୁ ବାହାରିବା ପାଇଁ ସେ କାମରେ ଲାଗିପଡ଼ିଛନ୍ତି। ହାତରେ ଥିବା ପ୍ରୋଜେକ୍ଟଗୁଡ଼ିକୁ ସେ ସମ୍ପୂର୍ଣ୍ଣ କରିବାକୁ ଦୃଢ଼ ନିଶ୍ଚିତ କରିଛନ୍ତି।

କହିରଖୁଛୁ, ୨୦୧୦ରେ ‘ୟେ ମାୟା ଚେସାବେ’ରେ ଏକାଠି କାମ କରିଥିଲେ ନାଗା-ସମନ୍ଥା। ଏହି ସମୟରେ ଉଭୟ ପରସ୍ପରର ନିକଟତର ହୋଇଥିଲେ। ପରେ ୨୦୧୭ରେ ସେମାନେ ନିର୍ବନ୍ଧ କରିଥିଲେ। ପରେ ୭ ଅକ୍ଟୋବର ୨୦୧୭ରେ ଗୋଆରେ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

Share