କୌଣସି ସ୍ମୃତି ରଖିବାକୁ ଚାହୁଁ ନାହାଁନ୍ତି ସାମନ୍ଥା, ଫେରାଇ ଦେଲେ ବିବାହର ଶାଢୀ

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବଂ ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତେବେ ଦୀର୍ଘ ଦିନର ସମ୍ପର୍କ ପରେ ଦୁହେଁ ଏବେ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ସେମାନଙ୍କର ଏଭଳି ନିଷ୍ପତ୍ତି ଫ୍ୟାନ୍ସମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ନିକଟରେ ସାମନ୍ଥା ତାଙ୍କ ବିବାହରେ ପାଇଥିବା ଶାଢୀକୁ ନାଗାଙ୍କ ନିକଟକୁ ଫେରାଇ ଦେଇଛନ୍ତି। ଏହି ଶାଢୀ ନାଗାଙ୍କ ଜେଜେମା’ଙ୍କ ସହ ଜଡିତ ଥିଲା,ତେବେ ସାମନ୍ଥା ନାଗା କିମ୍ବା ତାଙ୍କ ପରିବାର ସହ ଜଡିତ କୌଣସି ଜିନିଷ ରଖିବାକୁ ଚାହୁଁ ନାହାଁନ୍ତି। ସାମନ୍ଥାଙ୍କ ବନ୍ଧୁ ତଥା ସେଲିବ୍ରିଟି ଡିଜାଇନର୍‌ କ୍ରେଶା ବଜାଜ ଏହି ବିବାହର ଶାଢୀକୁ ଡିଜାଇନ ଦେଇଥିଲେ।

Share