ତୁର୍କୀରେ ଏଞ୍ଜୟ କରୁଛନ୍ତି ସାମନ୍ଥା-ବିଜୟ, ‘ଖୁସି’ରେ ସେୟାର କଲେ ଫଟୋ

ମୁମ୍ବାଇ:ବିଜୟ ଦେବରକୋଣ୍ଡା ଏବଂ ସାମନ୍ଥା ରଥ ପ୍ରଭୁଙ୍କର ଆଗାମୀ ଫିଲ୍ମ ‘ଖୁସି’ ରିଲିଜ୍‌ ହେବାକୁ ଯାଉଛି। ଏନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ୪ବର୍ଷ ପରେ ଦୁହେଁ ଗୋଟିଏ ଫିଲ୍ମରେ ନଜର ଆସିବେ। ୨୦୧୮ରେ ଫିଲ୍ମ ‘ମହାନତି’ରେ ଦୁହେଁ ଏକାଠି ନଜର ଆସିଥିଲେ। ଖୁସି ଫିଲ୍ମର ଗୋଟିଏ ଗୀତର ସୁଟିଗଂ ତୁର୍କୀରେ ହେଉଛି। ସାମନ୍ଥା ଏବଂ ବିଜୟ ଫିଲ୍ମ ବାଦ୍‌ ତାଙ୍କ ଏନଜୟମେଣ୍ଟର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହୋଇଛି। ସୁଟିଗଂ ବାଦ୍‌ ସାମନ୍ଥା ଏବଂ ବିଜୟ ତୁର୍କୀର ପରିବେଶକୁ ଭରପୁର ମଜା ଉଠାଉଛନ୍ତି। ସାମନ୍ଥା ନିଜର ବୋଲ୍ଡ ଅନ୍ଦାଜରେ ଫଟୋ ସେୟାର କରିଥିବାବେଳେ ବିଜୟ ତୁର୍କୀର ବିଭିନ୍ନ ରେଷ୍ଟୁରାଣ୍ଟ ବୁଲି ଖାଇବାର ମଜା ଉଠାଇଛନ୍ତି। ଫିଲ୍ମ ସେପ୍ଟେମ୍ବର ୧ରେ ରିଲିଜ୍‌ ହେବାକୁ ଯାଉଛି।

Share