ଆହତ ହେଲେ ସାମନ୍ଥା-ବିଜୟ

ଚେନ୍ନାଇ: ସାଉଥ ସପୁରଷ୍ଟାର ସାମନ୍ଥା ରୁଥ ପ୍ରଭୁ ଓ ବିଜୟ ଦେବରକୋଣ୍ଡା ନିକଟରେ କଶ୍ମୀରରେ ତାଙ୍କର ଅପକମିଂ ଫିଲ୍ମ ‘କୁଶି’ର ଶୁଟିଂ ଶେଷ କରିଛନ୍ତି । ଏବେ ନିକଟରେ ଉଭୟଙ୍କ ଫିଲ୍ମ ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି ଯାହା ଏମାନଙ୍କ ଫ୍ୟାନମାନଙ୍କୁ ସାମାନ୍ୟ ଟେନଶନ ଦେଇପାରେ ।
ମିଳିଥିବା ସୂଚନା ଅନୁଯାୟୀ, ଷ୍ଟଣ୍ଟ କରିବା ସମୟରେ ସାମନ୍ଥା ଓ ବିଜୟ ଆହତ ହୋଇଛନ୍ତି । ତୁରନ୍ତ ଏମାନଙ୍କୁ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଛି । ତେବେ କଶ୍ମୀରରେ ‘କୁଶି’ର ସିଡ୍ୟୁଲ ସରିଯାଇଥିବା ଫିଲ୍ମ ନିର୍ଦ୍ଦେଶକ ଶିବ ନିର୍ବାଣ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି ।
ସୂଚନା ମୁତାବିକ, ବିଜୟ ଦେବରକୋଣ୍ଡାଙ୍କ ଟିମର ଜଣେ ସଦସ୍ୟ କହିଛନ୍ତି, ସାମନ୍ଥା ଓ ବିଜୟ କଶ୍ମୀରର ପହଲଗାମ ଅଞ୍ଚଳରେ ଷ୍ଟଣ୍ଟ ସିକ୍ୱୁ୍ୟଏନ୍ସ କରୁଥିଲେ । ଏହି ସମୟରେ ଉଭୟ ଆହତ ହୋଇଛନ୍ତି । ଏହି ସିନ୍ ବହୁତ କଷ୍ଟକର ଥିଲା । ୨ ଜଣ ଯାକ ଷ୍ଟାର ଲିଡର ନଦୀର ଉଭୟ ପାଶ୍ୱର୍ରେ ବନ୍ଧା ହୋଇଥିବା ରଶି ଉପରେ ଏକ ଗାଡି ଚଲାଇବାର ଥିଲା । ହେଲେ ଦୁର୍ଭାଗ୍ୟ ବଶତଃ ଗାଡିଟି ପାଣି ଭିତରକୁ ଖସି ପଡିବାରୁ କଳାକାର ଦୁଇଜଣ ପାଣିରେ ପଡିଯିବା ଫଳରେ ସେମାନଙ୍କ ପିଠିରେ ଖୁବ ଜୋର ଆଘାତ ଲାଗିଛି ।
ତୁରନ୍ତ ସେମାନଙ୍କୁ ଚିକିତ୍ସା କରାଯାଇଥିବା ବେଳେ ବିଜୟ ରବିବାର ପୁଣିଥରେ ଶୁଟିଂ ସେଟକୁ ଫେରିଥିଲେ । ଏଥର ସେ ଶ୍ରୀନଗରର ଡାଲ ଲେକରେ ଶୁଟିଂ କରୁଥିବା ସମୟରେ ପିଠିରେ ଯନ୍ତ୍ରଣା ହେବାରୁ ଶୁଟିଂ ରବ୍ଦ କରାଯାଇ ଏବେ ସେ ଫିଜିଓଥେରାପି ଚିକିତ୍ସା କରୁଥିବା ଜଣାପଡିଛି । ଫିଲ୍ମଟି ଡିସେମ୍ବର ୨୩ରେ ରିଲିଜ୍ ହେବାକୁ ଯୋଜନା ରହିଛି ।

Share