ବିଚ୍ଛେଦ ପୂର୍ବରୁ ନାଗାଙ୍କ ସହ ରହୁଥିବା ଘର କିଣିଲେ ସାମନ୍ଥା, ଦାମ୍‌ ଜାଣିଲେ…

ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସ୍ବାମୀ ତଥା ଅଭିନେତା ନାଗା ଚୈତନ୍ୟଙ୍କଠାରୁ ଅଲଗା ହେବା ଖବର ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ହେଲେ ପୁଣି ଏବେ ଅଭିନେତ୍ରୀ ଚର୍ଚ୍ଚାକୁ ଆସିଛନ୍ତି। କୁହାଯାଉଛି କି, ସାମନ୍ଥା ନାଗା ଚୈତନ୍ୟଙ୍କଠାରୁ ଅଲଗା ହେବା ପୂର୍ବରୁ ଯେଉଁ ଘରେ ଥିଲେ, ବର୍ତ୍ତମାନ ସେହି ଘରକୁ କିଣିଛନ୍ତି। ଯାହାର ମୂଲ୍ୟ ୨୦୦ କୋଟି ଟଙ୍କା ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ୪ ବର୍ଷର ସମ୍ପର୍କକୁ ପୂର୍ଣ୍ଣଚ୍ଛେଦ ପକାଇ ଅଲଗା ହୋଇଥିଲେ ସାମନ୍ଥା- ନାଗା। ଏହା ପରେ ଦୁହେଁ ଆଲୋଚନା ପରିସରକୁ ଆସିଥିଲେ। ନାଗା ଭରଣପୋଷଣ ବାବଦକୁ ତାଙ୍କୁ ୨୦୦ କୋଟି ଟଙ୍କା ଦେବାକୁ କହିଥିଲେ, ହେଲେ ସାମନ୍ଥା ମନା କରିଦେଇଥିଲେ। କଠିନ ଶ୍ରମ ଓ ପ୍ରଚେଷ୍ଟା ବଳରେ ଅଭିନେତ୍ରୀ ସାମନ୍ଥା ଟଲିଉଡ୍‌ର ଶୀର୍ଷରେ ପହଞ୍ଚିପାରିଛନ୍ତି । ଏହାସହ ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି କୁହାଯାଉଥିଲା।

Share