ଇଣ୍ଡଷ୍ଟ୍ରିରେ ସାମନ୍ଥାଙ୍କ ୧୨ ବର୍ଷ: ଫଟୋ ଶେୟାର କରି କହିଲେ ଏମିତି

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କ ଅଭିନୟରେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ସାମନ୍ଥା ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ। ସେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ବେଶ ପସନ୍ଦ କରନ୍ତି। ସାଉଥ ସିନେମାରେ ୧୨ ବର୍ଷ ପୂରଣ ହେବା ପରେ ସାମନ୍ଥା ପୁଣି ଦୁଇଟି ଫଟୋ ଶେୟାର କରିଛନ୍ତି । ପ୍ରଶଂସକମାନେ ତାଙ୍କର ଏହି ପୋଷ୍ଟକୁ ଭଲ ପାଇବା ଦେଇଛନ୍ତି।
ଅଭିନେତ୍ରୀ ଫଟୋ ଶେୟାର କରି ଲେଖିଛନ୍ତି, ଯେତେବେଳେ ମୁଁ ଆଜି ସକାଳେ ଉଠିଲି, ମୋର ମନେ ପଡିଗଲା ମୋର ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୨ ବର୍ଷ ପୂରଣ ହୋଇଛି। ଲାଇଟ, କ୍ୟାମେରା, ଆକ୍ସନ ଚାରିପାଖରେ ବୁଲୁଥିବା ୧୨ ବର୍ଷର ମୋର ତୁଳନାତ୍ମକ ସ୍ମୃତି ଅଛି । ଏହା ସହ ସେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଆଶା କରୁଛି ସିନେମା ସହିତ ମୋର ପ୍ରେମ କାହାଣୀ କେବେ ଶେଷ ହେବ ନାହିଁ ବୋଲି ଲେଖିଛନ୍ତି।
ଏଥି ସହିତ ସାମନ୍ଥା ଦ୍ୱିତୀୟ ଫଟୋରେ ନିଜର ସଫଳତା ପ୍ରଦର୍ଶନ କରିଛନ୍ତି। ସେ ପଦକ ସହିତ ଏକ ଫଟୋ ଶେୟାର କରିଛନ୍ତି । ଏହାର କ୍ୟାପଶନରେ ସେ ଲେଖିଛନ୍ତି, ‘ଚାମ୍ପିଅନ୍ସ ଅଫ ଚେଞ୍ଜ ତେଲେଙ୍ଗାନା ୨୦୨୧’ ପୁରସ୍କାର ପାଇ ମୁଁ ବହୁତ ଖୁସି ଅଟେ।

Share