ସାମନ୍ଥାଙ୍କୁ ମହଙ୍ଗା ପଡିଲା ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡିର ନାୟିକା ସମାନ୍ଥା ରୁଥ ପ୍ରଭୁ ନିଜ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରାୟ ୬ ମାସ ପାଇଁ କାମରୁ ବିରତି ନେଇଛନ୍ତି। ହେଲେ ଏହି ୬ ମାସ ଭିତରେ ଅଭିନେତ୍ରୀ ପ୍ରାୟ ୧୨ କୋଟି ଟଙ୍କା କ୍ଷତି ସହିଲେଣି ବୋଲି କୁହାଯାଉଛି। ସ୍ବାସ୍ଥ୍ୟକୁ ନଜରରେ ରଖି ସାମନ୍ଥା ତାଙ୍କର ସବୁ କାମ ଶେଷ କରି ବିରତି ନେଇଥିଲେ। ଏକଥା ସେ ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସଙ୍କ ସହ ଶେୟାର କରିଥିଲେ। ହେଲେ ଏହି ବ୍ରେକ ପାଇଁ ଏବେ ଅଭିନେତ୍ରୀ ବହୁତ ବଡ କ୍ଷତି ସହିଥିବା ଆଲୋଚନା ହେଉଛି।
ବ୍ରେକ ପାଇଁ ସେ ତେଲଗୁ, ତାମିଲ, ହିନ୍ଦୀ କୌଣସି ବି ପ୍ରୋଜେକ୍ଟ ସାଇନ କରି ନ ଥିଲେ। ଏମିତିକି ସେ ମେକର୍ସଙ୍କ ଆଡଭାନ୍ସ ପେମେଣ୍ଟ ବି କୁଆଡେ ଫେରାଇ ଦେଇଥିଲେ। ଏକ ରିପୋର୍ଟ ଅନୁଯାୟୀ, ଏସବୁ ପାଇଁ ଅଭିନେତ୍ରୀଙ୍କୁ ବଡ କ୍ଷତି ହୋଇଛି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି କି ସାମନ୍ଥା ପ୍ରତିଟି ଫିଲ୍ମ ପାଇଁ ୩.୫ରୁ ୪ କୋଟି ଟଙ୍କା ଡିମାଣ୍ଡ କରିଥାଆନ୍ତି। ତେଣୁ ପୂର୍ବରୁ ସେ ଯେଉଁ ୩ଟି ଫିଲ୍ମ ସାଇନ କରିଥିଲେ ସେଥିପାଇଁ ସେ ୧୦-୧୨ କୋଟି ଟଙ୍କା ହରାଇଥିବା କୁହାଯାଉଛି।
ସ୍ବାସ୍ଥ୍ୟଗତ କାରଣରୁ ଅଭିନେତ୍ରୀ ପ୍ରାୟ ୬ ମାସର ବିରତି ନେଇଛନ୍ତି। ଏହି ସମୟ ମଧ୍ୟରେ ସେ ତାଙ୍କ ସ୍ବାସ୍ଥ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ। ଆମେରିକାରେ ସେ ତାଙ୍କର ଅଟୋଇମ୍ୟୁନୋ ସ୍ଥିତି ମାୟୋସିଟିସର ଚିକିତ୍ସା କରାଇବେ।

Share