ସିନେମାଜଗତ ଛାଡ଼ିବେ ସାମନ୍ଥା ! ଆଗକୁ ଏହି ଫିଲ୍ଡରେ…

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଗ୍ଲାମରର୍ସ ଅଭିନେତ୍ରୀଙ୍କ ମଧ୍ୟରୁ ସାମନ୍ଥା ରୁଥ ପ୍ରଭୁ ଜଣେ। ସେ ନିଜର ଦମ୍‌ଦାର ଅଭିନୟ ସହ ବ୍ୟକ୍ତିତ୍ୱକୁ ନେଇ ଦର୍ଶକଙ୍କ ହୃଦୟରେ ରାଜ୍‌ କରନ୍ତି। କେବଳ ସେତିକି ନୁହେଁ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ରହିଥାଏ ଚର୍ଚ୍ଚାରେ। ଏବେ ସେଭଳି କିଛି କଥାକୁ ନେଇ ସାମନ୍ଥା ଖବର ଶିରୋନାମାରେ ଅଛନ୍ତି।

ଫିଲ୍ମ ଖୁସିର ସଫଳତା ପରେ ଏବେ ସାମନ୍ଥା କାଲିଫର୍ନିଆରେ ଛୁଟି କଟାଉଛନ୍ତି। ନିଜର ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ସେ ସିନେମାଜଗତରୁ କିଛିଦିନର ବ୍ରେକ୍‌ ନେଇଛନ୍ତି। ଏଣୁ ସେ କେବେ ଫେରିବେ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଏବେ ନୂଆ ଆଲୋଚନା ମୁଣ୍ଡ ଟେକିଛି।

ସାମନ୍ଥା ଅଭିନୟ ଛାଡ଼ି ରାଜନୀତି ମୁହାଁ ହେବେ ବୋଲି କୁହାଯାଉଛି। ତେଲେଙ୍ଗାନା କୃଷକମାନଙ୍କ ଅଧିକାର ଲାଗି ସେ ସ୍ବର ଉଠାଇ ଆସିଛନ୍ତି। ସେହିଭଳି ତନ୍ତୀ ସମାଜକୁ ଆଗକୁ ବଢ଼ାଇବା ଲାଗି କହି ଆସିଛନ୍ତି। ଏସବୁ ସେ ରାଜନୀତିରେ ଯୋଗ ନେବା ଲାଗି କରୁଥିବା ନେଇ ଚର୍ଚ୍ଚା ହେଉଛି।

ଏହି ଖବର ଜଣାପଡ଼ିବା ପରେ ପ୍ରଶଂସକ ନିରାଶ ହୋଇଛନ୍ତି। ସେହିଭଳି କିଛି ଏହାକୁ ସମର୍ଥନ କରୁଥିବା ଦେଖାଯାଇଛି। ହେଲେ ସାମନ୍ଥା ଏ ବିଷୟରେ ଆଧିକାରୀକ ବୟାନ ଜାରି କରି ନାହାନ୍ତି।

Share