ବାଲିରେ ଗର୍ଲସ ଟ୍ରିପ ଏନଜୟ କରୁଛନ୍ତି ସାମନ୍ଥା

ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବାଲିରେ ଏବେ ଭ୍ୟାକେଶନ ଏନଜୟ କରୁଛନ୍ତି। ଏବେ ସେ ଗର୍ଲସ ଟ୍ରିପରେ ଯାଇଛନ୍ତି। ସେଠାକାର କିଛି ଭିଡିଓ ଓ ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ନିକଟରେ ସେ ଅଭିନୟରୁ ଏକ ବର୍ଷର ବ୍ରେକ ନେଇଛନ୍ତି। କାରଣ ସେ ତାଙ୍କ ହେଲ୍ଥ ଉପରେ ଫୋକସ କରିବା କଥା କହି ଏହି ବ୍ରେକ୍‌ ନେଇଛନ୍ତି। ତେଣୁ ସମୟ ସମୟରେ ସେ ତାଙ୍କ ହେଲ୍ଥ ଅପଡେଟ୍ସ ପ୍ରଶଂସକଙ୍କ ସହ ଶେୟାର ବି କରୁଛନ୍ତି। ଏବେ ଅଭିନେତ୍ରୀ ତାଙ୍କର ଏକ ଭିଡିଓ ବି ଶେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ବାନ୍ଧବୀଙ୍କ ସହ ଡ୍ୟାନ୍ସ କରୁଥିବା ଦେଖାଯାଇଛି। ଉଭୟଙ୍କ ମୁଭ୍ସ କୋଅର୍ଡିନେଶନ ଦେଖି ଦର୍ଶକେ ଏହାର ଖୁବ ପ୍ରଶଂସା କରିଛନ୍ତି।
ସାମନ୍ଥା ଏବେ ତାଙ୍କ ବାନ୍ଧବି ଅନୁଷା ସ୍ବାମୀଙ୍କ ସହ ଟ୍ରିପରେ ଯାଇଛନ୍ତି। ସେ ଅନୁଷାଙ୍କ ସହ ଡ୍ୟାନ୍ସ ଭିଡିଓ ଶେୟାର କରି ଲେଖିଛନ୍ତି, ଗର୍ଲ ଟ୍ରିପ ୧୦୦/୧୦୦। ଭିଡିଓରେ ସାମନ୍ଥା ମେଣ୍ଟିରୋସା ବାୟ ରାଫାଗା ଗୀତରେ ଡ୍ୟାନ୍ସ କରୁଥିବା ଦେଖାଯାଇଛି। ସାମନ୍ଶ ଓ ଅନୁଷା ଉଭୟ ସର୍ଟସ ଓ ଟ୍ୟାକ ଟପ ପିନ୍ଧିଛନ୍ତି। ଭିଡିଓରେ ଉଭୟ କ୍ଲାପ କରି କୁଲ ଅନ୍ଦାଜରେ ଡ୍ୟାନ୍ସ କରୁଥିବା ଦେଖାଯାଇଛି। ଏହି ଭିଡିଓ ରେସ୍ତୋରାଁ ଅଥବା ଡ୍ୟାକର ଭଳି ଲାଗୁଛି।

Share