ବଲିଉଡରେ ଧମାଲ କରିବେ ସାମନ୍ଥା

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ହିଟ୍ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଖୁବଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ବଲିଉଡରେ ଅଭିନେତ୍ରୀ ଧମାଲ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସାମନ୍ଥା ଏବେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି । ଖବର ଅନୁଯାୟୀ, ଫିଲ୍ମ ନିର୍ମାତା ଦିନେଶ ବିଜାନ ତାଙ୍କ ଆଗାମୀ ପ୍ରୋଜେକ୍ଟରେ ଆୟୁଷ୍ମାନ ଖୁରାନାଙ୍କ ସହ କାମ କରିବେ ।
ଏହାଏକ ହରର-କମେଡି ଫିଲ୍ମ ବୋଲି ରିପୋର୍ଟ ଆସିଛି । ଏଥିରେ ଦାବି କରାଯାଇଛି କି ଏହି ଫିଲ୍ମ ପାଇଁ ନିର୍ମାତା ସାମନ୍ଥା ରୁଥ ପ୍ରଭୁଙ୍କୁ ସମ୍ପର୍କ କରିଛନ୍ତି । ମେକର୍ସ ଓ ସାମନ୍ଥାଙ୍କ ମଧ୍ୟରେ ଦୀର୍ଘ ସମୟର କଥା ହୋଇଛି । ଆହୁରି ମଧ୍ୟ ଦାବି କରାଯାଉଛି କି ସାମନ୍ଥା ଏହି ପ୍ରୋଜେକ୍ଟ ପାଇଁ ରାଜି ହୋଇ ଯାଇଛନ୍ତି । ଅଭିନେତ୍ରୀ ଏଥିପାଇଁ ସାଇନ ବି କରିଦେଇଛନ୍ତି ବୋଲି କୁହାଯାଉଛି । ଏହି ହରର-କମେଡି ଫିଲ୍ମରେ ଅଭିନେତ୍ରୀ ରାଜକୁମାରୀ ଭୂମିକାରେ ନଜର ଆସିବେ । ଏହାର ନିର୍ଦ୍ଦେଶନା ଅମର କୌଶିକ କରିବେ ବୋଲି ଜଣାପଡିଛି । ତେବେ ଏହି ମୁଭିରେ ସାମନ୍ଥା ନଜର ଆସିବେ ବୋଲି ଅଫିସିୟାଲି କୌଣସି ଘୋଷଣା କରାଯାଇ ନ ଥିବା ବେଳେ ରିପୋର୍ଟରେ କିନ୍ତୁ ଦାବି କରାଯାଉଛି ସାମନ୍ଥା ହିଁ ଆୟୁଷ୍ମାନଙ୍କ ସହ ଏହି ମୁଭିରେ ସ୍କ୍ରିନ ଶେୟାର କରିବେ ।

Share