ଫିଲ୍ମ ‘ଯଶୋଦା’ରେ ଆକ୍ସନ ଅବତାରରେ ଦେଖାଯିବେ ସାମନ୍ଥା, ପ୍ୟାନ ଇଣ୍ଡିଆରେ କରିବେ ଡେବ୍ୟୁ

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ମୋଷ୍ଟ ପପୁଲାର ଆକ୍ଟ୍ରେସ୍ ସାମନ୍ଥା ରୁଥ ପ୍ରଭୁ ଏବେ ଏକ ଦମଦାର ଫିଲ୍ମ ସହ ଫେରୁଛନ୍ତି । ଶୁକ୍ରବାର ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମରେ ସାମନ୍ଥା ଏକ ଶକ୍ତିଶାଳୀ ଚରିତ୍ରରେ ଫେରୁଛନ୍ତି, ଯାହା ‘ଯଶୋଦା’ ଟିଜରରେ ଦେଖାଯାଇଛି । ସାମନ୍ଥାଙ୍କୁ ନିକଟରେ ‘ଦ ଫ୍ୟାମିଲି ମ୍ୟାନ ୨’, ‘ପୁଷ୍ପା’ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା । ଏବେ ପୁଣିଥରେ ସେ ଦର୍ଶକଙ୍କୁ ଇମ୍ପ୍ରେସ କରିବାକୁ ଆସୁଛନ୍ତି ।
ଏହି ଏଣ୍ଟରଟେନିଂ ଟିଜର ସାମନ୍ଥାଙ୍କଠାରୁ ଆରମ୍ଭ ହେଉଛି । ଏଥିରେ ସେ ଯଶୋଦା ଭୂମିକାରେ ନଜର ଆସିଛନ୍ତି । ସେ ଜାଣିବାକୁ ପାଇଛନ୍ତି ଯେ ସେ ଗର୍ଭବତୀ ଅଛନ୍ତି । ଏହାପରେ ଡାକ୍ତର ତାଙ୍କୁ କ’ଣ କରିବା କଥା କ’ଣ ନ କରିବା କଥା ତାହା କହୁଛନ୍ତି । ପ୍ରଥମ ୩ ମାସ ସାବଧାନ ରହିବା ଜରୁରୀ, ସମୟରେ ଖାଦ୍ୟ ଖାଇବା, ଶାନ୍ତିରେ ଶୋଇବା ଦରକାର । ଚାଲିବା ବୁଲିବା ଉପରେ ଧ୍ୟାନ ଦେବା ଦରକାର, ଓଜନ ଜିନିଷ ନ ଉଠାଇବା, ଭୟ ନ କରିବା ବା ନ ଚମକିବା ସବୁବେଳେ ଖୁସି ରହିବା ଓ ହସିବା ଭଲ । ଏସବୁ ଉପଦେଶ ପରେ ଏକ ଆକ୍ସନସିନ୍ ଦେଖିବାକୁ ମିଳୁଛି ଯେଉଁଥିରେ ଯଶୋଦା ଡାକ୍ତର ଯାହା ଯାହା କହିଥିଲେ ତା’ର ବିପରିତ କାମ କରୁଥିବା ଦେଖାଯାଇଛି । ଆଡଭେଂଚରରେ ଭରା ଟିଜର ଏହି ସୂଚନା ଦେଉଛି କି ଯଶୋଦା କିଭଳି ଭାବେ ବିପଦରେ ରହିଛନ୍ତି ଓ ସେ ତାଙ୍କୁ ତାଙ୍କ ଅସ୍ଥିତ୍ୱ ପାଇଁ ଲଢିବାକୁ ପଡିବ ।
ଆକ୍ସନ ସିକ୍ୱେନସକୁ ନେଇ ପୂର୍ବରୁ ମନୋରଞ୍ଜନ ଦୁନିଆରେ ସାମନ୍ଥାଙ୍କର ନାଁ ରହିଛି । ୱେବ ସିରଜ ‘ଦ ଫ୍ୟାମିଲି ମ୍ୟାନ ୨”ରେ ସମାନ୍ଥାଙ୍କ ଆକ୍ସନ ଦେଖିବାକୁ ମିଳିଥିଲା ।

Share