ସମାଲୋଚନାର ଉତ୍ତର ରଖିଲେ

ମୁମ୍ବାଇ: ନିଜ ରୋଗକୁ ନେଇ ସମାଲୋଚନାର ଶିକାର ହେବା ପରେ ଏବେ ଏହାର ଉତ୍ତର ରଖିଛନ୍ତି ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ। ସେ କହିଛନ୍ତି, ‘ମୁଁ ମାୟୋସାଇଟିସ୍‌ ରୋଗରେ ପୀଡ଼ିତ। ଭଗବାନ କରନ୍ତୁ ଆଉ କେହି ଏହି ରୋଗରେ ପୀଡ଼ିତ ନ ହୁଅନ୍ତୁ। ଆଉ କାହାକୁ ଏହି ରୋଗର ଚିକିତ୍ସା ପ୍ରଣାଳୀ ଦେଇ ଗତି କରିବାକୁ ନ ପଡ଼ୁ। ସେ କିଛିଦିନ ପୂର୍ବେ ମାୟୋସାଇଟିସ୍‌ ରୋଗରେ ପୀଡ଼ିତ ଥିବା ନେଇ ସୋସିଆଲ ମିଡିଆରେ ଜଣାଇଥିଲେ। ଏହି ରୋଗ ଯୋଗୁ ସେ ତାଙ୍କ ଚେହେରାର ଗ୍ଲୋ ହରାଇ ବସିଥିବା ନେଇ ସୋସିଆଲ ମିଡିଆରେ ଶେୟାର କରି କହିଛନ୍ତି। ସାମନ୍ଥାଙ୍କ ଏପରି କଥାରେ ଫ୍ୟାନ୍ସମାନେ ‘କେବଳ ଆପଣ ନୁହନ୍ତି, ଆପଣଙ୍କ ହୃଦୟ ବହୁତ ସୁନ୍ଦର’ ବୋଲି ଟୁଇଟ୍‌ କରିଛନ୍ତି। ସାମନ୍ଥାଙ୍କ ଫିଲ୍ମ ‘ଶଙ୍କୁନ୍ତଳମ୍‌’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଥିବାବେଳେ ଫିଲ୍ମଟି ଆସନ୍ତା ଫେବୃୟାରୀ ୧୭ରେ ରିଲିଜ୍‌ ହେବାକୁ ଯାଉଛି। ସାଉଥ୍‌ ଇଣ୍ଡଷ୍ଟ୍ରିରେ ତାଙ୍କର ଯାଦୁ ଦେଖାଇବା ପରେ ଏବେ ସେ ‘ଦି ଫ୍ୟାମିଲି ମ୍ୟାନ ୨’ ଜରିଆରେ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି।

Share