ଅଲଗା ହେବା ପରେ ପ୍ରଥମ ଥର ଫଟୋ ଶେୟାର କଲେ ସାମନ୍ଥା

ସାଉଥ୍‌ ଅଭିନେତା ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ୍‌ ପ୍ରଭୁ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଦୁହିଁଙ୍କର ୪ ବର୍ଷର ସମ୍ପର୍କକୁ ପୂର୍ଣ୍ଣଚ୍ଛେଦ ପକାଇ ଅଲଗା ହୋଇଯିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ ଦୀର୍ଘଦିନ ପରେ
ଏବେ ସାମନ୍ଥା ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ନାଗାଙ୍କ ଫଟୋ ଶେୟାର କରିଛନ୍ତି। ହେଲେ ସେହି ଫଟୋଟି ଦୁହିଁଙ୍କ ଅଭିନୀତ ଫିଲ୍ମ‘ମାଜିଲି’। ଯାହା ଏପ୍ରିଲ୍‌ ୫କୁ ତିନି ବର୍ଷ ପୂରିଯିବା ଅବସରରେ ସେ ଶେୟାର କରିଥିଲେ। ଫିଲ୍ମଟି ୩ ବର୍ଷ ପୂର୍ବେ ରିଲିଜ୍‌ ହୋଇଥିଲା। ୨୦୨୧ ଅକ୍ଟୋବର ୨ରେ ସାମନ୍ତା ଏବଂ ନାଗା ତାଙ୍କ ପଞ୍ଚମ ବିବାହ ବାର୍ଷିକୀର କିଛି ଦିନ ପୂର୍ବରୁ ଅଲଗା ହେବା ନେଇ ଘୋଷଣା କରିଥିଲେ।

 

Share