ଏହି ଦିନ ପରଦାକୁ ଆସିବ ସାମନ୍ଥାଙ୍କ ଫିଲ୍ମ ‘ଶକୁନ୍ତଳମ୍‌’

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁ୍‌ଥ୍‌ ପ୍ରଭୁ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଶକୁନ୍ତଳମ୍‌’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଏକ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ଗୁନାସେଖରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ନଭେମ୍ବର ୪ରେ ବଡ ପରଦାରେ ରିଲିଜ୍‌ ହେବ। ଯାହାକୁ ନେଇ ନିର୍ମାତା ଅଫିସିଆଲ ପୋଷ୍ଟର ରିଲିଜ୍‌ ସହ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି। ସାମନ୍ଥା ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପ୍ରଥମ ପୋଷ୍ଟର ଶେୟାର କରି ଲେଖିଛନ୍ତି, ଫିଲ୍ମଟି ନଭେମ୍ବର ୪ରେ ବିଶ୍ୱବ୍ୟାପୀ ରିଲିଜ୍‌ ହୋକୁ ଯାଉଛି ‘ଶକୁନ୍ତଳମ୍‌’। ଯାହା ଏକ ଲଭ ଷ୍ଟୋରୀ ଉପରେ ଆଧାରିତ। ଯାହାକୁ ଦେଖିବାକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ସାମନ୍ଥା ଏବଂ ଦେବ ମୋହନଙ୍କ ବ୍ୟତୀତ ଏହି ଫିଲ୍ମରେ ଆଚିନ ଖେଡେକର କବୀର ବେଦୀ, ଡକ୍ଟର ମୋହନ ବାବୁ ପ୍ରକାଶ ରାଜ, ମଧୁବାଲା, ଗୌତମ, ଆଦିତ୍ୟ ବାଲାନ, ଅନନ୍ୟା ନାଗାଲା ଏବଂ ଜିଶୁ ସେନଗୁପ୍ତ ପ୍ରମୁଖ ଭୂମିକାରେ ଅଛନ୍ତି। ଏହି ଫିଲ୍ମର କାହାଣୀ ମହାଭାରତର ରାଜା ଦୁଶ୍ୟନ୍ତ ଏବଂ ଶକୁନ୍ତଳାଙ୍କ ପ୍ରେମ କାହାଣୀକୁ ନେଇ ନିର୍ମିିତ। ସାମନ୍ଥା ଶକୁନ୍ତଳାଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ଦେବ ମୋହନ ରାଜା ଦୁଶ୍ୟନ୍ତଙ୍କ ଭୂମିକାରେ ନଜର ଆସିବେ।

Share