‘ନୋ ଏଣ୍ଟ୍ରି’ ସିକ୍ୱେଲରେ ସଲମାନଙ୍କ ସହ ନଜର ଆସିବେ ସାମନ୍ଥା!

ଆଗକୁ ରିଲିଜ୍‌ ହେବ ଦବଙ୍ଗ୍‌ ଖାନଙ୍କ ଫିଲ୍ମ ‘କଭି ଇଦ କଭି ଦିୱାଲୀ’। ଯାହାକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ। ଇତି ମଧ୍ୟରେ ସଲମାନଙ୍କ ସୁପରହିଟ୍‌ ଫିଲ୍ମ ‘ନୋ ଏଣ୍ଟ୍ରି’ର ସିକ୍ୱେଲକୁ ନେଇ ଆଲୋଚନା ହେଉଛି। ପୂର୍ବରୁ ମଧ୍ୟ ଏହି ଫିଲ୍ମର ସିକ୍ୱେଲ ଉପରେ ଆଲୋଚନା କରାଯାଉଥିଲା। ହେଲେ କୌଣସି କାରଣରୁ ଏହା ଅଟକି ଥିଲା। ବର୍ତ୍ତମାନ ଫିଲ୍ମ ନିର୍ମାତା ନୋ ଏଣ୍ଟ୍ରିର ସିକ୍ୱେଲ କରିବାକୁ ଆଗ୍ରହୀ ଅଛନ୍ତି। ଏହି ଫିଲ୍ମରେ ସଲମାନଙ୍କ ବିପକ୍ଷରେ କେଉଁ ହିରୋଇନ ନଜର ଆସିବେ ତାହାକୁ ନେଇ ଏକ ବଡ ଅପଡେଟ ଆସୁଛି। କୁହାଯାଉଛି କି, ଫିଲ୍ମରେ ସଲମାନଙ୍କ ସହ ସାଉଥ୍‌ ଅଭିନେତ୍ରୀ ସାମନ୍ଥା। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହେଉଛି।

Share