ବଲିଉଡ୍‌ରେ ଏଣ୍ଟ୍ରି କରିବେ ସାମନ୍ଥା!

ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଅଭିନେତା ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହେବା ଖବର ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଇତି ମଧ୍ୟରେ ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା-ଦ ରାଇଜ’ରେ ଆଇଟମ ଗୀତରେ ଡ୍ୟାନ୍ସ କରି ସାମନ୍ଥା ବହୁତ ଲୋକପ୍ରିୟ ହୋଇଯାଇଛନ୍ତି । ବର୍ତ୍ତମାନ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ଖୁବ୍‌ଶୀଘ୍ର ସେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।
ରିପୋର୍ଟ ଅନୁଯାୟୀ, ସାମନ୍ଥା ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଦୀନେଶ ଭିଜାନ ଏହି ଫିଲ୍ମକୁ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ତେବେ ଖୁବ୍‌ଶ୍ରୀଘ୍ର ଶୁଟିଂ ମଧ୍ୟ ଆରମ୍ଭ ହୋଇଯିବ। ହେଲେ ନିର୍ମାତା ଏପର୍ଯ୍ୟନ୍ତ କିଛି ଖୁଲାସା କରିନାହାଁନ୍ତି। କୁହାଯାଉଛି ଯେ, ସାମନ୍ଥା ଏବଂ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମଟି ୨୦୨୩ରେ ମୁକ୍ତିଲାଭ କରିବ।

Share