‘ଫିଲ୍ମ’ ପୁଷ୍ପାର ହିନ୍ଦୀ ଭର୍ସନ ରିଲିଜ ପରେ ତାହା ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିଛି। ପୁଷ୍ପାର ଗୀତ ଏବଂ ଡାଇଲଗଗୁଡିକ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଫିଲ୍ମରେ ସାମନ୍ଥାଙ୍କ ଆଇଟମ୍ ଗୀତ ସମସ୍ତଙ୍କୁ ମନକୁ ଛୁଇଁଛି । ୨୦୨୧ ସବୁଠାରୁ ଚର୍ଚ୍ଚିତ ଆଇଟମ ଗୀତ ‘ଓ ଅଣ୍ଟା ଓ୍ବା’କୁ ନେଇ ସାମନ୍ଥାଙ୍କର କ୍ରେଜ ବଢି ଚାଲିଛି । ପୂର୍ବରୁ କୌଣସି ଆଇଟମ୍ ଗୀତ କରି ନ ଥିବା ସାମନ୍ଥା ଏହି ଗୀତ ପାଇଁ ମଧ୍ୟ ରାଜି ନ ଥିଲେ। ଅଭିନେତା ଅଲ୍ଲୁ ଅର୍ଜୁନ ବୁଝାଇବା ପରେ ସେ ରାଜି ହୋଇଥିଲେ। ପରେ ସେ ତାଙ୍କ ଚାର୍ଜ ବଢ଼ାଇଥିଲେ। ୩ ମିନିଟ୍ ଗୀତ ପାଇଁ ୫ କୋଟି ଡିମାଣ୍ଡ କରିଥିଲେ।
ଏହି ସବୁ ଭିତରେ ବର୍ତ୍ତମାନ ଖବର ଆସୁଛି କି ଅଭିନେତ୍ରୀ ସାମନ୍ଥାଙ୍କର ଆଉ ଏକ ଆଇଟମ ନମ୍ବର କରିବାକୁ ଯାଉଛନ୍ତି । ସାମନ୍ଥା ଏହାକୁ ନେଇ ପୁରାପୂରି ପ୍ରସ୍ତୁତ ଅଛନ୍ତି। ସାମନ୍ଥା ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ଲାଇଗରରେ ଫୁଲ ଧମାଲ କରିବେ । ସେ ଏହି ଫିଲ୍ମରେ ଆଇଟମ ଗୀତରେ ନଜର ଆସିବେ। ଏହାକୁ ନେଇ ସାମନ୍ଥା ପୁଣି ଚର୍ଚ୍ଚାରେ ରହିଛନ୍ତି।