ଓଟିଟିରେ ରିଲିଜ୍‌ ହେବ ସାମନ୍ଥାଙ୍କ ଫିଲ୍ମ ‘ଯଶୋଦା’

ଦକ୍ଷିଣ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ଫିଲ୍ମ‘ଯଶୋଦା’ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଫିଲ୍ମଟି ରିଲିଜ୍‌ ହେବା ପରେ ଭଲ ପଦର୍ଶନ କରିଛି। ଏହାରି ମଧ୍ୟରେ ଦର୍ଶକଙ୍କ ପାଇଁ ଏକ ଖୁସି ଖବର ରହିଛି। ସାମନ୍ଥାଙ୍କ ଫିଲ୍ମ ‘ଯଶୋଦା’ ଓଟିଟିରେ ରିଲିଜ୍‌ ହେବାକୁ ଯାଉଛି। ଯେଉଁମାନେ ସିନେମା ହଲ୍‌ରେ ଦେଖିବାକୁ ସୁଯୋଗ ପାଇନାହାନ୍ତି ସେମାନେ ଘରେ ବସି ଫିଲ୍ମକୁ ଉପଭୋଗ କରିପାରିବେ। ତେବେ ଫିଲ୍ମଟି ଡିସେମ୍ବର ୯ରେ ଆମାଜନ ପ୍ରାଇମ୍‌ ଭିଡିଓରେ ପ୍ରସାରିତ ହେବ। ‘ଯଶୋଦା’ ହେଉଛି ସାମନ୍ଥାଙ୍କ ପ୍ରଥମ ପ୍ୟାନ୍‌ ଇଣ୍ଡିଆ ଫିଲ୍ମ। ଏହି ଫିଲ୍ମରେ ଅଭିନେତ୍ରୀଙ୍କୁ ଏକ ମା’ଭୂମିକାରେ ଅଭିନୟ କରିଛନ୍ତି। ୧୧ ନଭେମ୍ବରରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିଥିଲା।

Share