ନାଗା ଚୈତନ୍ୟଙ୍କ ନିର୍ବନ୍ଧ ପରେ ସାମନ୍ଥାଙ୍କ ପ୍ରଥମ ପୋଷ୍ଟ, ହାର୍ଟବ୍ରେକ୍‌ ଇମୋଜି ସହ ଲେଖିଦେଲେ ଏମିତି…

ମୁମ୍ବାଇ: ନାଗା ଚୈତନ୍ୟ ଓ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କର ଗୁରୁବାର ସକାଳେ ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି। ନାଗା ଚୈତନ୍ୟଙ୍କ ବାପା ତଥା ସୁପରଷ୍ଟାର ନାଗାର୍ଜୁନ କିଛି ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଶେୟାର କରିଛନ୍ତି। ତେବେ ଏହାର ପରବର୍ତ୍ତୀ କିଛି ମିନିଟ ମଧ୍ୟରେ ନାଗା ଚୈତନ୍ୟଙ୍କର ଏକ୍ସ ପତ୍ନୀ ତଥା ଅଭିନେତ୍ରୀ ସାମନ୍ଥା ଋଥ୍‌ ପ୍ରଭୁ ଏକ ପୋଷ୍ଟ କରିଛନ୍ତି। ହାର୍ଟବ୍ରେକ୍‌ ଇମୋଜି ଦେଇ ସେ କରିଥିବା ପୋଷ୍ଟ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ତେବେି ସାମନ୍ଥା କରିଥିବା ଏହି ପୋଷ୍ଟ ପୋଷ୍ଟ ନାଗା-ଶୋଭିତାଙ୍କ ଉପରେ ସିଧାସଳଖ ନ ଥିଲା । ସେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳର ସଫଳତା ଓ ରେସଲର୍‌ ଭିନେଶ ଫୋଗଟଙ୍କୁ ନେଇ ପୋଷ୍ଟ କରିଥିଲେ । ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ସ୍ପେନକୁ ୨-୧ ରେ ପରାସ୍ତ କରି ଭାରତ ବ୍ରୋଞ୍ଜ ପଦକ ଜିତିଛି। ଯାହାକୁ ଅଭିନେତ୍ରୀ ହାର୍ଟ ଇମୋଜି ଦେଇ ଚକ୍‌ ଦେ ଇର୍ଡିଆ ବୋଲି ଲେଖିଛନ୍ତି। କିନ୍ତୁ ଆଉ ଏକ ପୋଷ୍ଟରେ ସାମନ୍ଥା ବ୍ରୋକନ ହାର୍ଟ ଇମୋଜି ସହିତ ରେସଲର ଭିନେଶ ଫୋଗଟଙ୍କ ଅବସର ଘୋଷଣା ବିଷୟରେ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଶେୟାର କରିଛନ୍ତି।

କହିରଖୁଛୁ କି, ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲା ଏକ ବର୍ଷରୁ ଅଧିକ ସମୟ ଧରି ଡେଟିଂ କରୁଥିଲେ। ଯାହାପରେ ଗୁରୁବାର ଉଭୟଙ୍କ ନିର୍ବନ୍ଧ ଅତ୍ୟନ୍ତ ବ୍ୟକ୍ତିଗତ ଢଙ୍ଗରେ କରିଥିଲେ । ଦୁହେଁ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ସାମ୍ନାରେ ରିଙ୍ଗ ଅଦଳବଦଳ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

ଟିଭି ଇଣ୍ଡଷ୍ଟ୍ରିରେ ନିୟାଙ୍କ ୧୪ ବର୍ଷ

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଖୁଣ ଅଭିନୟ କରି ଲଗାତର ଭାବେ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ନିୟା ଶର୍ମା ଅନ୍ୟତମ। ବହୁ ସଂଘର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri