ସାଙ୍ଗମାନଙ୍କ ସହ ଭାଇରାଲ ହେଉଛି ସାମନ୍ଥାଙ୍କ ଫଟୋ

ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ତାଙ୍କ ପ୍ରଶଂସକଙ୍କ ପାଇଁ ନିଜ ଫଟୋ ଏବଂ ଭିଡିଓ ଶେୟାର କରନ୍ତି । ବର୍ତ୍ତମାନ ସାମନ୍ଥା ନିଜ ସାଙ୍ଗମାନଙ୍କ ସହିତ ସମୟ ବିତାଉଥିବା ନଜର ଆସିଛନ୍ତି। ସେ ଏହି ରବିବାର ନୀରଜା କୋନା ଏବଂ ବାରାଲକ୍ଷ୍ମୀ ସାରଥକୁମାରଙ୍କ ସହ ସମୟ କାଟିଥିଲେ। ସେମାନେ ସମସ୍ତେ ହାଇଦ୍ରାବାଦରେ ଲଞ୍ଚ ପାଇଁ ରେଷ୍ଟୁରାଣ୍ଟକୁ ଯାଇଥିଲେ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ଫଟୋଗୁଡ଼ିକ ନୀରଜା ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ନୀରଜା ଏବଂ ଅନ୍ୟ ବନ୍ଧୁମାନେ କେବଳ ସାମନ୍ଥାଙ୍କ ସହ ମଧ୍ୟାହ୍ନ ଭୋଜନ କରି ନ ଥିଲେ ବରଂ ରେଷ୍ଟୁରାଣ୍ଟ ଭିତରେ ଫଟୋ ପାଇଁ ମଧ୍ୟ ପୋଜ ଦେଇଥିଲେ । ଏହି ଫଟୋ ଗୁଡ଼ିକରେ ସାମନ୍ଥା ହସୁଥିବାର ନଜର ଆସିଛନ୍ତି । ଏକ ଫଟୋରେ ସାମନ୍ଥା ନୀରଜାଙ୍କ ସହ ପୋଜ ଦେଇଛନ୍ତି। ଯେଉଁଥିରେ ଉଭୟ କ୍ୟାମେରା ଆଡକୁ ଦେଖି ହସୁଛନ୍ତି ।

Share