ବମ୍ବେ: ଲୋକପ୍ରିୟ ଟେଲି ଧାରାବାହିକ ‘ଅନୁପମା’ରେ ନୂଆ ଟୁଇଷ୍ଟ ଦେଖିବାକୁ ମିଳୁଛି। ନିକଟରେ ଅନୁଜ କପାଡ଼ିଆ ଅନୁପମାଙ୍କୁ ଭଲ ପାଉଥିବା ସ୍ବୀକାର କରିଛନ୍ତି। ଦୀର୍ଘ ୨୬ ବର୍ଷ ପୂର୍ବେ ସେ ତାଙ୍କୁ ପସନ୍ଦ କରୁଥିଲେ, ଏବେ ମଧ୍ୟ ସେହି ଭାବନା ଥିବା କହିଛନ୍ତି। ଏହାପରେ ପରିବାରର ଅନ୍ୟ ସଦସ୍ୟ ଚକିତ ହୋଇଯାଇଛନ୍ତି।
ଶାଶୁଘର ଲୋକଙ୍କ ଆଗରେ ମନ କଥା କହୁଥିବା ବେଳେ ସବୁକିଛି ଶୁଣିନିଅନ୍ତି ଅନୁପମା। ପୁଅ ସମର କିନ୍ତୁ ଏହାଶୁଣି ଖୁସି ହୋଇଛନ୍ତି। ସମର ମା’ ଅନୁପମାଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ଅନୁଜ ତାଙ୍କ ପାଇଁ ଭଲ ଜୀବନସାଥୀ ହେବେ ବୋଲି କହିଛନ୍ତି। ଉଭୟଙ୍କ ସମ୍ପର୍କର ନୂଆ ନାମ #MAAN ବୋଲି ସେ ଦେଇଛନ୍ତି।