ସମ୍ବଲପୁରୀ ପାଟବସ୍ତ୍ର ପିନ୍ଧି ଦର୍ଶନ ଦେଲେ ସମଲେଇ

ସମ୍ବଲପୁର,୨।୮(ଶୁଭାଶିଷ ପାଢ଼ୀ): ସମ୍ବଲପୁରୀ ଦିନ୍‌ ପାଳନ ଅବସରରେ ମଙ୍ଗଳବାର ସମ୍ବଲପୁରର ଅଧିଷ୍ଠାତ୍ରୀ ମା’ ସମଲେଶ୍ବରୀ ସମ୍ବଲପୁରୀ ଶାଢିରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। କେବଳ ମା’ ସମଲେଶ୍ବରୀ ନୁହନ୍ତି, ମନ୍ଦିରର ପାଶର୍‌ବ ଦେବଦେବୀ ଓ ବାହନ ସିଂହ ମଧ୍ୟ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଛନ୍ତି। ମା ’ ସମଲେଶ୍ବରୀ, ମା’ ସିଦ୍ଧିଦାତ୍ରୀଙ୍କ ପାଇଁ ସମ୍ବଲପୁରୀ ଶାଢି, ଭୈରବୀଙ୍କ ପାଇଁ ଧଳା ସମ୍ବଲପୁରୀ ଗାମୁଛା, ବଜରଙ୍ଗବଲୀଙ୍କ ପାଇଁ ଗେରୁଆ ରଙ୍ଗର ସମ୍ବଲପୁରୀ ଲୁଗା, ମା’ କାଳୀ ଓ ଅନ୍ୟ ପାଶର୍‌ବ ଦେବୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ତିଆରି ପୋଷାକ ଏବଂ ମନ୍ଦିର ପରିସରରେ ଥିବା ସିଂହବାହନ ପାଇଁ ସମ୍ବଲପୁରୀ ସପ୍ଟାପରି ଲୁଗା ପ୍ରସ୍ତୁତ କରାଯାଇଥିଲା। ମା’ ସମଲେଶ୍ବରୀ ସମ୍ବଲପୁରୀ ପୋଷାକ ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଲେ ଏହି ସଂସ୍କୃତି ଆହୁରି ରୁଦ୍ଧିମନ୍ତ ହେବ ବୋଲି ମତପ୍ରକାଶ ପାଉଛି।

Share