ସମ୍ବଲପୁର ଭାଜପା: ଧର୍ମେନ୍ଦ୍ରଙ୍କୁ ଭେଟିଲେ ଅସନ୍ତୁଷ୍ଟ କାର୍ଯ୍ୟକର୍ତ୍ତା

ସମ୍ବଲପୁର, ୬।୨(ଭବାନୀ ଶଙ୍କର ଭୋଇ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ ସମ୍ବଲପୁରରେ ଭାଜପା ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ତେବେ ଦଳ ଏହି ଉତ୍ସାହକୁ କେତେଦୂର ଭୋଟରେ ପରିଣତ କରିପାରିବ, ତାକୁ ନେଇ ଚର୍ଚ୍ଚା ହେଉଛି। ସମ୍ବଲପୁର ବିଧାୟକ ତଥା ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଉପସ୍ଥିତ ନ ରହିବା ନେଇ ଦଳୀୟ ସ୍ତରରେ ଭିନ୍ନ ଆଲୋଚନା ହେଉଛି। ଜୟନାରାୟଣଙ୍କ ଅସୁସ୍ଥତା ଯୋଗୁଁ ସେ ସମ୍ବଲପୁର ଆସିପାରୁ ନ ଥିବାରୁ ହୁଏତ ସେ ଆଗାମୀ ସାଧାରଣ ନିର୍ବାଚନରେ ନିଜେ ପ୍ରାର୍ଥୀ ହୋଇ ନ ପାରନ୍ତି। ସମ୍ବଲପୁରରେ ଅଧିକାଂଶ ଭାଜପା କର୍ମୀ ଜୟନାରାୟଣଙ୍କ ସମର୍ଥକ ବୋଲି କୁହାଯାଉଛି। ଏବେ ଅନେକ ଯୁବ ଏବଂ ପ୍ରବୀଣ ନେତା ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଦଳରୁ ବିଧାନସଭା ପ୍ରାର୍ଥୀ ହେବା ନେଇ ଜୟନାରାୟଣଙ୍କ ବିନା ପରାମର୍ଶରେ ନିଷ୍ପତ୍ତି ହୋଇ ନ ପାରେ ବୋଲି କୁହାଯାଉଛି। ତାଙ୍କ ଝିଅ ଶୁଭଶ୍ରୀ ସମ୍ବଲପୁରରେ କିଛି ଦିନ ହେବ ଭାଜପାର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି। ତେବେ ଶୁଭଶ୍ରୀଙ୍କୁ ଭାଜପା ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବିରୋଧ କରି ନିଜ ପଦରୁ ଇସ୍ତଫା ଦେବା ଭଳି ସ୍ଥିତି କିଛିଦିନ ପୂର୍ବରୁ ଘଟି ସାରିଛି। ଏହାପରେ ଶୁଭଶ୍ରୀଙ୍କୁ ଦଳୀୟ ପ୍ରାର୍ଥୀ ଭାବରେ କର୍ମୀ କେତେଦୂର ଗ୍ରହଣ କରିବେ ତାହା ଆଉ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସମ୍ବଲପୁର ଭାଜପାର କର୍ମକର୍ତ୍ତାଙ୍କ କଥା ବିଚାର କଲେ ଦଳରେ ଜୟନାରାୟଣଙ୍କ ଏକ ବଡ଼ ସମର୍ଥକ ଗୋଷ୍ଠୀକୁ ଜିଲା ନେତୃବର୍ଗ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଏନେଇ ଜୟନାରାୟଣଙ୍କୁ ସେମାନେ ଅବଗତ କରିଥିବା ବେଳେ ସେ ସମ୍ବଲପୁର ଫେରିଲେ ସମାଧାନ କରାଯିବ ବୋଲି କହିଆସୁଛନ୍ତି। ଜୟନାରାୟଣଙ୍କ ସମ୍ବଲପୁର ଫେରିବା ଡେରି ହେଉଥିବା ବେଳେ ସାଧାରଣ ନିର୍ବାଚନ କିନ୍ତୁ ପାଖେଇ ଆସୁଛି। ଏଭଳି ସ୍ଥିତିରେ ଜୟନାରାୟଣଙ୍କ ସମର୍ଥକ ଗୋଷ୍ଠୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଥମେ ଦଳୀୟ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଥିବା ବେଳେ ଏକାନ୍ତରେ ଆଲୋଚନା ପାଇଁ ସମୟ ଦେବାକୁ ଅନୁରୋଧ କରିଥିଲେ। ଏହାପରେ ରବିବାର ସନ୍ଧ୍ୟାରେ ଏକ ହୋଟେଲରେ ସମ୍ପୃକ୍ତ ଗୋଷ୍ଠୀ ଧର୍ମେନ୍ଦ୍ରଙ୍କୁ ଭେଟି ଦେଢ଼ଘଣ୍ଟାରୁ ଅଧିକ ସମୟ ଆଲୋଚନା କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏପରିକି ୩୦ରୁ ଅଧିକ ବରିଷ୍ଠ ଭାଜପା କର୍ମୀ ଜିଲା ଭାଜପାରେ କିଛି ଠିକ୍‌ ଚାଲି ନ ଥିବା ଏବଂ ସେମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଉ ନ ଥିବା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଖୋଲାଖୋଲି ଅଭିଯୋଗ କରିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ଭାଜପାର ପୂର୍ବତନ ଓ ବର୍ତ୍ତମାନର ପଦାଧିକାରୀ ରହିଥିବା ଆଲୋଚନା ହେଉଛି।
ସମ୍ବଲପୁର ଲୋକ ସଭା କ୍ଷେତ୍ରରୁ ପ୍ରାର୍ଥୀ ହେବା ଶୁଣାଯାଉଛି। ଦଳକୁ ଏବେଠୁ ନ ସଜାଡ଼ିଲେ ଆଗାମୀ ଦିନରେ କ୍ଷତି ହେବାର ଆଶଙ୍କା ଥିବାରୁ ସେ ମଧ୍ୟ ଗୁରୁତ୍ୱ ଦେଇ ସମସ୍ତଙ୍କ ଅଭିଯୋଗ ଶୁଣିଥିବା ବରିଷ୍ଠ ସଦସ୍ୟମାନେ କହିଛନ୍ତି ।
ସବୁ ଶୁଣିବା ପରେ ଏଣିକି ନିଜେ ଦାୟିତ୍ୱ ନେଇ ସମସ୍ତ କାର୍ଯ୍ୟକର୍ତ୍ତା କିଭଳି ଦଳୀୟ କାର୍ଯ୍ୟକ୍ରମର ଖବର ପାଇବେ, ତାହା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଶୁଣିବାକୁ ମିଳୁଛି। ଏନେଇ ରାଜ୍ୟ ସଭାପତିଙ୍କୁ ମଧ୍ୟ କିଛି ବରିଷ୍ଠ କର୍ମକର୍ତ୍ତା ଅଭିଯୋଗ କରିଥିବା ଜଣାପଡିଛି।
ଅବର୍ତ୍ତମାନରେ ସମସ୍ତଙ୍କୁ ଏକଜୁଟ କରିବାରେ ଜିଲା ଭାଜପାର ନେତୃବର୍ଗ ବିଫଳ ହୋଇଥିବା ଅନେକ ବରିଷ୍ଠ ନେତା ଖୋଲାଖୋଲି ଅଭିଯୋଗ କରିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ରେଢ଼ାଖୋଲ ନିର୍ବାଚନମଣ୍ଡଳୀରେ ମଧ୍ୟ ଅନୁରୂପ ଅଭିଯୋଗ ହୋଇଛି। କେନ୍ଦ୍ରମନ୍ତ୍ରୀ କିମ୍ବା ଭାଜପା ପଦାଧିକାରୀ ସମ୍ବଲପୁର ଗସ୍ତରେ ଆସିଲେ ସେମାନଙ୍କୁ ଖବର ସୁଦ୍ଧା ଦିଆଯାଉ ନ ଥିବା ନେଇ ଯୁଯୋମୁରା ଅଞ୍ଚଳର ଭାଜପାର ଜଣେ ପୁରୁଖା ନେତା ଅଭିଯୋଗ କରିଛନ୍ତି।
ଏ ବାବଦରେ କେନ୍ଦ୍ରମନ୍ତ୍ରୀ ଅବଗତ ହେବା ପରେ ଏହାକୁ ସମାଧାନ କରି ଏକଜୁଟ ହୋଇ ଦଳ ପାଇଁ କାମ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ

ଅତାବିରା,୨୬ା୧୦(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ଧାନ ଅମଳ ଆରମ୍ଭ ହୋଇଛି। ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକ ପରେ ଜିଲାରେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରାଯିବ।...

ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼୨୬।୧୦(ପ୍ରେମାନନ୍ଦ ଖମାରୀ): ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ବରଗଡ଼ ଜିଲା ପାଇକମାଲ...

ବୁଲେଟରେ ଆସି ଯୁବକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ଆଉ ତା’ପରେ…

ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଏବଂ ଜିମ୍‌ ନିକଟରେ ଶନିବାର ସନ୍ଧ୍ୟା...

ଜମି କିଣାବିକାରେ ବଡ଼ ଧରଣର ଜାଲିଆତି: ଧରାପଡ଼ିଲେ ୩ ଅଭିଯୁକ୍ତ, ଏବେ ବି ଅନେକ ଫେରାର

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଜମି କିଣାବିକାରେ ଜାଲିଆତି କାରବାର ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ (ଡିଷ୍ଟ୍ରିକ୍ଟ ସବ୍‌ରେଜିଷ୍ଟ୍ରାର ଅଫିସ୍‌)ରେ...

ମାନବୀୟ ମୂଲ ଉପରେ ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଲେ ଅଧ୍ୟାପକ ପ୍ରତାପ ଚନ୍ଦ୍ର

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ...

ବଲାଙ୍ଗୀର ଡବଲ ମର୍ଡର ଘଟଣା: ମିଳିଲା ଯୁବତୀ-ଯୁବକଙ୍କ ପରିଚୟ

ବଲାଙ୍ଗୀର,୨୬ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତଣ୍ଡାମୁଣ୍ଡା ଜଙ୍ଗଲର ଡବଲ ମର୍ଡର ଘଟଣାରେ ଶନିବାର ମୃତ ଯୁବତୀ ଯୁବକଙ୍କ ପରିଚୟ ମିଳିଛି। ଉଭୟ ଝାଡ଼ଖଣ୍ଡ ରାଜ୍ୟ...

ବ୍ରିଜ ଉପରେ ସ୍କୁଟିରଖି ନଦୀକୁ ଯୁବକ ଡେଇଁବା ଘଟଣା: ହାଇଦ୍ରାବାଦରେ ଥାଇ ବାପାଙ୍କ ସହ ହେଲେ କଥା

ଗଞ୍ଜାମ,୨୬।୧୦(ବିଦ୍ୟାଧର ସାହୁ ): ଗତ ୨୩ ତାରିଖରେ ଜଣେ ଯୁବକ ନିଜ ସ୍କୁଟି ଓ ଚପଲ ବ୍ରିଜ ଉପରେ ରଖି ନଦୀକୁ ଡେଇଁ ପଡ଼ିଥିବା ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri