Categories: ଖେଳ

ସମ୍ବଲପୁର ଚାମ୍ପିୟନ

ଭୁବନେଶ୍ୱର,୨୫ା୧(ସରୋଜ ଜେନା) : କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଇଷ୍ଟଜୋନ୍‌ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ହକି ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ। ଉତ୍ତରପ୍ରଦେଶର ବୀର ବାହାଦୁର ସିଂ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ରାଞ୍ଚି ବିଶ୍ୱବିଦ୍ୟାଳୟ ତୃତୀୟ ଓ କିଟ୍‌ ଭୁବନେଶ୍ୱର ଚତୁର୍ଥ ସ୍ଥାନରେ ରହିଥିଲା। ଏଆଇୟୁ ପରିଦର୍ଶକ ବ୍ରଜ କିଶୋର ପ୍ରସାଦ, କିଟ୍‌ ଓ କିସ୍‌ ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାସ, କ୍ରୀଡା ନିର୍ଦ୍ଦେଶକ ଲଲାଟେନ୍ଦୁ ମିଶ୍ର ଓ ଉପ କ୍ରୀଡା ନିର୍ଦ୍ଦେଶକ ରଶ୍ମିତା ମହାନ୍ତି ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଟୁର୍ନାମେଣ୍ଟର ପ୍ରଥମ ୪ ସ୍ଥାନରେ ଥିବା ଦଳଗୁଡିକ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ମହିଳା ହକି ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦଳକୁ ବଧେଇ ଦେବା ସହିତ ସର୍ବ ଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ମହିଳା ହକି ଟୁର୍ନାମେଣ୍ଟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Share