Categories: ବାଣିଜ୍ୟ

ସମ୍ବଲପୁର ବସ୍ତ୍ରାଳୟର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୫।୯:ସମ୍ବଲପୁର ବସ୍ତ୍ରାଳୟର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ (ମେଗା ଶୋ’ରୁମ୍‌) ଗୁରୁବାର ଝାରସୁଗୁଡ଼ାର ସରବାହାଲଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହସ୍ତତନ୍ତ ଏବଂ ବୟନଶିଳ୍ପ ବିଭାଗ ମନ୍ତ୍ରୀ ରୀତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁରୀ ବସ୍ତ୍ରାଳୟର ସଭାପତି ସମ୍ବିତ କୁମାର ଆଚାର୍ଯ୍ୟ, ସମ୍ପାଦକ ଶରତ ଲାଲ ସିଂ, ଏମ୍‌ଡି ଶିଶିର କୁମାର ନାଗ, ବାଣିଜ୍ୟ ଅଧିକାରୀ ହେମନ୍ତ କୁମାର ମିଶ୍ରଙ୍କ ସମେତ ପ୍ରସନ୍ନ କୁମାର ଗନ୍ତାୟତ ଯୁଗ୍ମ ନିର୍ଦ୍ଦେଶକ ବୟନ ଶିଳ୍ପ ପଶ୍ଚିମାଞ୍ଚଳ ବରଗଡ଼, ସୌଭାଗ୍ୟ ରଞ୍ଜନ ନାୟକ ଉପଦେଷ୍ଟା ହସ୍ତତନ୍ତ ଏବଂ ବୟନଶିଳ୍ପ ବିଭାଗ, କିରଣମୟ ପ୍ରଧାନ ସହକାରୀ ନିର୍ଦ୍ଦେଶକ ବୟନ ଶିଳ୍ପ ସୁନ୍ଦରଗଡ଼, ପ୍ରଭାସ ରଞ୍ଜନ ମହଲା, ସୁନୀଲ କୁମାର ପଟ୍ଟନାୟକ, ବିଶ୍ୱନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ବିଶେଷକରି ଏହି ଆଉଟ୍‌ଲେଟ୍‌ ଜରିଆରେ ଉଭୟ ଗ୍ରାହକ ଓ ବୁଣାକାର ସେମାନଙ୍କର ଆବଶ୍ୟକତା ପୂରଣ କରିପାରିବେ। ଏପରିକି ପଶ୍ଚିମ ଓଡ଼ିଶାରେ କାରବାର ବୃଦ୍ଧି ପାଇଁ ଝାରସୁଗୁଡ଼ା ଜିଲାରେ ଏହି ନୂତନ ବିକ୍ରୟ କେନ୍ଦ୍ରର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ବସ୍ତ୍ରାଳୟର ଉଦ୍‌ଘାଟନୀ ଅଫର ପ୍ରତି କ୍ରୟ ଉପରେ ୩୦%ର (୧୦% +୨୦% ସରକାରୀ ) ରିହାତି ଗ୍ରାହକମାନେ ୨୦୨୩ ଅକ୍ଟୋବର ୩୧ ପର୍ଯ୍ୟନ୍ତ ପାଇପାରିବେ। ସେହିଭଳି ଏହି ଆଉଟ୍‌ଲେଟ୍‌ ଜରିଆରେ ଗ୍ରାହକ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ସାମଗ୍ରୀ ସବୁ ବର୍ଗର ଗ୍ରାହକ ପାଇପାରିବେ ବୋଲି ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ହସ୍ତତନ୍ତ,ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ଥିବା ‘ସମ୍ବଲପୁରୀ ବସ୍ତ୍ରାଳୟ’ ବୁଣାକାରଙ୍କ ଉପତ୍ାଦିତ ଲୁଗାର ବିକ୍ରୟ ନିମନ୍ତେ ତଥା ବୁଣାକାରଙ୍କୁ ନିରନ୍ତର କର୍ମଯୋଗାଣ କରିବା ସକାଶେ ଝାରସୁଗୁଡ଼ା ସହରର ସରବାହାଲଠାରେ ଏକ ମେଗା ଶୋ’ରୁମ୍‌ର ଶୁଭାରମ୍ଭ କରାଯାଇଛି।

Share