ସମ୍ବଲପୁର ଜିଲାପାଳଙ୍କୁ ବିବାହ କରିବେ ବଲାଙ୍ଗୀର ଜିଲାପାଳ

ସମ୍ବଲପୁର,୨୦ା୨(ବ୍ୟୁରୋ): ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣାଙ୍କୁ ବିବାହ କରିବେ। ଏନେଇ ରବିବାର ଅନନ୍ୟାଙ୍କ ନିର୍ବନ୍ଧ ସରିଥିବା ଚର୍ଚ୍ଚା ହେଉଛି। ଜିଲାପାଳଙ୍କ ସରକାରୀ ବାସଭବନରେ କମ୍‌ ଲୋକଙ୍କ ଗହଣରେ ଏହି ମାଙ୍ଗଳିକ କାର୍ଯ୍ୟ ଶେଷ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲାପାଳଙ୍କ ପରିବାର ସହ ବଲାଙ୍ଗୀର ଜିଲାପାଳ ଏବଂ ତାଙ୍କର ଦୁଇ ବନ୍ଧୁଙ୍କ ସହ ଅନ୍ୟ ଦୁଇଟି ଜିଲାର ଜିଲାପାଳ ମଧ୍ୟ ଉପସ୍ଥିତ ଥିଲେ। ମୋଟ୍‌ ୫୦ ଜଣଙ୍କ ଉପସ୍ଥିତିରେ ନିର୍ବନ୍ଧ କାର୍ଯ୍ୟ ଶେଷ ହୋଇଛି।

Share