ପର୍ଯ୍ୟଟନର ସହର ସମ୍ବଲପୁର

ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ତ ଅନେକ ଦର୍ଶନୀୟ ସ୍ଥାନ ରହିଛି, ହେଲେ ତନ୍ମଧ୍ୟରୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ, ଚିପିଲିମାର ମା’ ଘଣ୍ଟେଶ୍ୱରୀ ଓ ହୀରାକୁଦ ଜଳଭଣ୍ଡାରର ରହିଛି କିଛି ଭିନ୍ନ ଆକର୍ଷଣ…

ମା’ ସମଲେଶ୍ବରୀ ପୀଠଟି ସମ୍ବଲପୁର ସିଟି ଷ୍ଟେଶନରୁ ମାତ୍ର ୮ କି.ମି ଦୂରରେ କ୍ଷେତରାଜପୁରଠାରେ ଅବସ୍ଥିତ। ସାରା ବିଶ୍ବରେ ଏହି ମନ୍ଦିରଟି ତା’ର ଐତିହ୍ୟ, ପରମ୍ପରା ଏବଂ ପୌରାଣିକ ବିଶେଷତ୍ୱ କାରଣରୁ ପ୍ରସିଦ୍ଧ। ମା’ ସମଲେଶ୍ବରୀ ଏଠାରେ ମହାଲକ୍ଷ୍ମୀ, ମହାସରସ୍ବତୀ ଏବଂ ମହାକାଳୀ ରୂପରେ ଅବତୀର୍ଣ୍ଣା। ଏହି ସୁନ୍ଦର ମନ୍ଦିରଟି ସେ ସମୟରେ ବାଲି ଓ ଚୂନରେ ତିଆରି ହୋଇଥିଲେ ମଧ୍ୟ ଏହା ଗ୍ରାନାଇଟ୍‌ ଭଳି ଶକ୍ତ। ମୁଖ୍ୟଦ୍ୱାରଠାରୁ ଅଳ୍ପ ଦୂରରେ ରହିଛି ବିରାଟ ଏକ ଦୀପ ଝାଡ। ତା’ପରେ ସିଂହଦ୍ୱାର, ଜଗମୋହନରେ ବାରଟି ସଶକ୍ତ ସ୍ତମ୍ଭ ଉପରେ ନିର୍ମିତ ଏହାର ପରିକ୍ରମାପଥ ଏବଂ ଚାରି ପାହାଚ ତଳକୁ ଦେବୀଙ୍କର ଆସ୍ଥାନ। ମା’ଙ୍କର ମୂର୍ତ୍ତିଟି କଳା ମୁଗୁନିପଥରରେ ଖୋଦେଇ ଏବଂ ଏହାର ମୁଖଟି ସାମାନ୍ୟ ଲମ୍ବ ହୋଇ ଆଗକୁ ବଢିଛି ହାତୀର ଶୁଣ୍ଢ ସଦୃଶ। ଦୁଇ ପଟରେ ଦୁଇଟି ସୁନାର ଆଖି, ସାରା ମୁଖ ମଣ୍ଡଳ ସିନ୍ଦୂରରେ ଆବୃତ୍ତ। ମଥାରେ ସୁନା ମୁକୁଟ, ନାକରେ ସ୍ବର୍ଣ୍ଣ ଆଭୂଷଣ, ଗଳାରେ ରତ୍ନହାର ମଣ୍ଡିତ। ଆସ୍ଥାନର ବାହାର ପଟକୁ ୧୧ଜଣ ପାଶର୍‌ବ ଦେବୀ ରହିଛନ୍ତି। ବିଶେଷ ଦିନମାନଙ୍କରେ ଏଠାରେ ବିଶେଷ ପୂଜା ହୋଇଥାଏ। ଶାରଦୀୟ ଦୂର୍ଗାପୂଜା ଅବସରରେ ଷୋଡଶ ଉପଚାରରେ ନବରାତ୍ରି ପୂଜା ସହିତ ମା’ ସମଲେଶ୍ବରୀଙ୍କର ଧବଳମୁଖୀ ବେଶ ହୋଇଥାଏ। ଏଠାକାର ଆଉ ଏକ ମୁଖ୍ୟ ପର୍ବ ହେଉଛି ନୂଆଁଖାଇ। ଭାଦ୍ରବ ମାସରେ ଏହି ପୂଜାରେ ଧାନ ଅମଳ ପରେ ପ୍ରଥମେ ମା’ ସମଲେଶ୍ବରୀଙ୍କୁ ନବାନ୍ନ ଅର୍ପଣ କରାଯିବା ପରେ ହିଁ ଅନ୍ୟମାନେ ନବାନ୍ନ ଗ୍ରହଣ କରିଥାନ୍ତି। ଏହି ସମୟରେ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ।
ସମ୍ବଲପୁରର ସଦର ମହକୁମାରୁ ୬ନଂ ଜାତୀୟ ରାଜପଥରେ ଦକ୍ଷିଣ ପଶ୍ଚିମ ଦିଗରେ ଗଲେ ମାତ୍ର ତିରିଶି କିଲୋମିଟର ଦୂରରେ ରହିଛି ଚିପିଲିମା ଜଳଭଣ୍ଡାର। ସେଠାରେ ପାହାଡରୁ ବହି ଆସୁଥିବା ମହାନଦୀର ଜଳଧାରକୁ ଧରି ରଖି ଜଳବିଦ୍ୟୁତ ଉତ୍ପାଦନ କରାଯାଉଛି। ସେଇଠି ପାହାଡ ତଳକୁ ରହିଛି ମା’ ଘଣ୍ଟେଶ୍ୱରୀଙ୍କ ମନ୍ଦିର। ବିରାଟ ବଡ ବରଗଛ ତଳେ ପଥର ଉପରେ ମା’ଙ୍କର ଆସ୍ଥାନ। ହଜାର ହଜାର ସଂଖ୍ୟାରେ ପିତ୍ତଳର ଘଣ୍ଟି ବନ୍ଧା ହୋଇଛି ସେ ପୀଠର ଚତୁର୍ଦ୍ଦିଗରେ। ବୋଧହୁଏ ସେଇଥିପାଇଁ ଦେବୀଙ୍କର ନାମ ମା’ ଘଣ୍ଟେଶ୍ୱରୀ। ଆଉ ମଧ୍ୟ ଲୋକକଥା ଶୁଣାଯାଏ, ପୂର୍ବରୁ ଯେତେବେଳେ ଉତ୍କଳୀୟ ନୌବାଣିଜ୍ୟରେ ମହାନଦୀର ମୁଖ୍ୟସ୍ଥାନ ରହିଥିଲା, ଏଇ ବାଟ ଦେଇ ସାଧବମାନେ ବୋଇତରେ ଯିବାବେଳେ ନିଜେ ମା’ ଘଣ୍ଟେଶ୍ୱରୀ ଏହି ପାହାଡ ଉପରେ ଘଣ୍ଟା ବଜାଇ ସାଧବମାନଙ୍କୁ ପାହାଡ ପାଖକୁ ନଯିବା ଲାଗି ସତର୍କ କରାଇ ଦେଉଥିଲେ ଯେ, ଏଠି ଗଣ୍ଡ ଅଛି, ଆସ ନାହିଁ। ମା’ ଏଠାରେ ଅନ୍ଧାର ଭିତରେ ବିନା ବତୀର ବତୀଘର ସଦୃଶ ଥିଲେ। ପୂର୍ବରୁ ଅଗମ୍ୟ ପ୍ରାୟ ଥିବା ଏହି ସ୍ଥାନଟି ସୁଗମ୍ୟ ହୋଇପାରିଛି ରାଜ୍ୟ ସରକାରଙ୍କ ଦ୍ୱାରା ମୁଣ୍ଡ ଘାଟରେ ତିଆରି ହୋଇଥିବା ଚଉରପୁର ବ୍ରିଜ୍‌ ଯୋଗୁଁ। ପାହାଡ ଜଙ୍ଗଲ ନଦୀ ମଝିରେ ବଣଭୋଜି ପାଇଁ ଏହା ଗୋଟିଏ ସୁନ୍ଦର ସ୍ଥାନ। ଚିପିଲିମା ରିଜର୍ଭୟର୍‌ ବାଟ ଦେଇ ଯିବାକୁ ପଡେ ସେଠାକୁ। ନଦୀର ଛାତି ଉପରେ ଠିକ୍‌ ରିଜର୍ଭୟର୍‌ର ଗେଟ୍‌ ଉପର ଦେଇ ଲୁହା ରେଲିଂ ଦିଆ ଅଙ୍କାବଙ୍କା ପାଦ ଚଲା ରାସ୍ତା ଲମ୍ବି ଯାଇଛି ନଦୀର ଏ କୁଳରୁ ମାଆଙ୍କର ଆସ୍ଥାନ ଯାଏଁ। ଏବେ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ସେଠାରେ ମାଆଙ୍କର ମାର୍ବଲ୍‌ ଛାଉଣି ହୋଇଥିବା ଛୋଟ ମନ୍ଦିରଟିଏ ତିଆରି ହୋଇଛି। ତା’କୁ ଲାଗି ଭୋଜିଭାତ କରିବା ପାଇଁ ପିଣ୍ଡି, ବସାଉଠା କରିବା ପାଇଁ ମଣ୍ଡପ ଇତ୍ୟାଦି ତିଆରି ହୋଇଛି। ମାନସିକ କରି ଭକ୍ତମାନେ ସେଠାରେ ବାନ୍ଧିଥିବା ଅସଂଖ୍ୟ ଘଣ୍ଟି ଦର୍ଶକମାନଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। କୁହାଯାଏ, ଏଠାକୁ ଆସୁଥିବା ଭକ୍ତ ମାନସିକ ରଖି ଘଣ୍ଟିଟିଏ ବାନ୍ଧି ଦେଇ ଗଲେ ସେମାନଙ୍କ ମନସ୍କାମନା କୁଆଡ଼େ ପୂରଣ ହୋଇଥାଏ।
ସମ୍ବଲପୁର ସହରର ଉତ୍ତର ଦିଗରେ ରହିଛି ହୀରାକୁଦ ବନ୍ଧ। ମହାନଦୀର ଦୁଇପାର୍ଶ୍ୱରେ ଥିବା ଦୁଇଟି ପାହାଡ (ଲକ୍ଷ୍ମୀ ଡୁଙ୍ଗୁରୀ ଏବଂ ଚାନ୍ଦିଲି ଡୁଙ୍ଗୁରୀ)କୁ ସଂଯୋଗ କରୁଥିବା ଏହି ବନ୍ଧଟି ଦ୍ୱାରା ସୃଷ୍ଟି ହୋଇଛି ଏକ ବିଶାଳ ଜଳଭଣ୍ଡାର। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସୁନ୍ଦର ପ୍ରକଳ୍ପଟି ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ କରକମଳରେ ଉଦ୍‌ଘାଟିତ ହୋଇଥିଲା। ସେହି ବୃହତ୍‌ ଜଳଭଣ୍ଡାରର ଦୁଇ ପଟରେ ରହିଛି ଦୁଇଟି ସୁଉଚ୍ଚ ମୀନାର ଯଥା: ନେହେରୁ ମିନାର ଏବଂ ଗାନ୍ଧୀ ମିନାର। ଗାନ୍ଧୀ ମିନାରଟିର ଉଚ୍ଚତା ପ୍ରାୟ ୬୫ ଫୁଟ୍‌ରୁ ଅଧିକ ହେବ; ଯାହା ଉପରେ ଚଢି ପର୍ଯ୍ୟଟକ ହୀରାକୁଦ ବନ୍ଧ, ବାରପାହାଡ ପର୍ବତମାଳା, ହ୍ରଦ ଓ ତତ୍‌ସଂଲଗ୍ନ ସ୍ଥାନଗୁଡ଼ିକର ପ୍ରାକୃତିକ ଶୋଭା ଦର୍ଶନ କରି ଆନନ୍ଦ ଲାଭ କରିଥାନ୍ତି। ଏବେ ସରକାରଙ୍କ ତରଫରୁ ପିଲାଙ୍କ ଖେଳିବା ପାଇଁ ସେଠାରେ ପାର୍କ୍‌, ଫୁଲଗଛ, ଜଳ ଫୁଆରା, ରୋପ୍‌ ୱେରେ ନଦୀ ଏପଟରୁ ସେପଟକୁ ଯାଇ ମଜା ନେବାର ବ୍ୟବସ୍ଥା କରାଯାଇଛି। ଏଠାରେ ପର୍ଯ୍ୟଟକଙ୍କ ରହିବା ପାଇଁ ହୋଟେଲ୍‌ ବି ରହିଛି। ଏହାର ନିକଟତମ ରେଳଷ୍ଟେଶନ ହେଉଛି ସମ୍ବଲପୁର ସିଟି ଷ୍ଟେଶନ୍‌ ଏବଂ ଆନ୍ତଃରାଜ୍ୟ ବସ୍‌ ସେବାର ସମସ୍ତ ବସ୍‌ ମଧ୍ୟ ଏଠାକୁ ଯାତାୟାତ କରିଥାଏ। ସେଥିପାଇଁ ସବୁ ଋତୁରେ ଏଠାରେ ପର୍ଯ୍ୟଟକଙ୍କର ଭିଡ ଲାଗି ରହିଥାଏ।

-ସୁଷମା ପରିଜା,
ଶାରଳା ଭବନ, ନୂଆବଜାର, କଟକ
ମୋ: ୯୩୩୭୨୭୨୬୪୭


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri