ସମ୍ବଲପୁର,୧୩ା୧(ବ୍ୟୁରୋ) ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କାଇଟ୍ ଫେଷ୍ଟିଭାଲ୍ – ୨୦୨୩ ପାଳନ କରାଯିବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଥିରେ ସାମିଲ ହେବାକୁ ଖବରଦାତା ସମ୍ମିଳନୀରେ ଆୟୋଜକ ସମ୍ବଲପୁର ୟୁଥ୍ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି।
ଅନୁଷ୍ଠାନ ସଭାପତି ରିକନ ପଟ୍ଟନାୟକ କହିଛନ୍ତି,୧୪ ଓ ୧୫ ତାରିଖ ଦୁଇଦିନ ଧରି କାଇଟ୍ ଫେଷ୍ଟିଭାଲ୍ ସ୍ଥାନୀୟ ଫୋର-ସି ଗ୍ରାଉଣ୍ଡରେ ଆୟୋଜନ କରାଯିବ। ମକର ସଂକ୍ରାନ୍ତି କେବଳ ଓଡ଼ିଆ କିମ୍ବା କୌଣସି ଗୋଟିଏ ଅଞ୍ଚଳର ପର୍ବ ନୁହେଁ। ଭାରତର ବିଭିନ୍ନ ପ୍ରାନ୍ତରେ ଏହି ଦିନଟିକୁ ଭିନ୍ନ ନାମ ଓ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ଏହି ବର୍ଷ ବିଭିନ୍ନ ପ୍ରତିଯୋଗିତା, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଚଳିତବର୍ଷର ମୁଖ୍ୟ ଆକର୍ଷଣ ଡ୍ୟାନ୍ସ ବେଟେଲ୍ ଓ ଫ୍ୟାଶନ ‘ଶୋ’ କାର୍ଯ୍ୟକ୍ରମ ରହିଛି। । ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସ୍ବାଗତ ଭାଷଣ ଦେଇଥିବା ବେଳେ ସାଂସ୍କୃତିକ ସଂଯୋଜକ ମାଷ୍ଟର ପ୍ରେମ କାଇଟ୍ ଫେଷ୍ଟିଭାଲ୍ରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ କହିଥିଲେ।