Advertisement

ସମ୍ବଲପୁରରେ ବହୁ ପଛରେ ପ୍ରଣବ,ଜାଣନ୍ତୁ କେତେ ଭୋଟ୍‌ରେ ଧର୍ମେନ୍ଦ୍ର ଆଗୁଆ…

ସମ୍ବଲପୁର,୪।୬: ଓଡ଼ିଶାରେ ଭାଜପା ଲୋକ ସଭା ପ୍ରାର୍ଥୀଙ୍କ ଦବ୍‌ଦବା। ମୋଟ ୧୯ ଆସନରେ ଦଳ ଆଗୁଆ ଚାଲିଥିବା ବେଳେ କଂଗ୍ରେସ ଏବଂ ବିଜେଡି ମାତ୍ର ଗୋଟିଏ ଲେଖାଏ ଆସନରେ ଲିଡ୍‌ କରୁଛନ୍ତି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ୩୩୬୧୧୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାଶ ୨୬୩୨୯୧ ଖଣ୍ଡ ଭୋଟ ପାଇଛନ୍ତି। ଏଣୁ ଧର୍ମେନ୍ଦ୍ର ୭୨୮୨୦ ଭୋଟରେ ଆଗୁଆ ଅଛନ୍ତି। ସେହିଭଳି ଏହି ଆସନରେ କଂଗ୍ରେସ ନଗେନ୍ଦ୍ର କୁମାର ପ୍ରଧାନ ମାତ୍ର ୫୨୪୪୯ ଖଣ୍ଡ ଭୋଟ ପାଇଥିବା ନିର୍ବାଚନ କମିଶନଙ୍କ ଓ୍ବେବ୍‌ସାଇଟ୍‌ରେ ପ୍ରଦତ୍ତ ତଥ୍ୟରୁ ସ୍ପଷ୍ଟ ହୋଇଛି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share