Warning: Constant DISALLOW_FILE_EDIT already defined in /var/www/html/wp-config.php on line 115
ସମ୍ବଲପୁର-ରୋଡ୍‌ ଷ୍ଟେଶନ ବନ୍ଦ ବିରୋଧ ତେଜିଲା - Dharitri

ସମ୍ବଲପୁର-ରୋଡ୍‌ ଷ୍ଟେଶନ ବନ୍ଦ ବିରୋଧ ତେଜିଲା

ସମ୍ବଲପୁର,୨୭ା୯(ବ୍ୟୁରୋ): ସମ୍ବଲପୁର-ରୋଡ୍‌ ଷ୍ଟେଶନ ବନ୍ଦ ବିରୋଧ ତେଜିଛି। ୧୩୨ ବର୍ଷର ପୁରାତନ ଏ୍ୟତିହାସିକ ଷ୍ଟେଶନକୁ ସୋମବାର ବଳପୂର୍ବକ ଭାଙ୍ଗି ଦିଆଯାଇଛି। ସ୍ଥାନୀୟ ଲୋକେ ବିରୋଧ କରିଥିଲେ ମଧ୍ୟ ପୋଲିସ ଲଗାଇ ସେମାନଙ୍କୁ ଘଉଡାଇ ଦିଆଯାଇଥିଲା। ପରେ ସେମାନେ ଫାଟକ ନିକଟରେ ରାସ୍ତାରୋକୋ କରି ପ୍ରତିବାଦ କରିଥିଲେ। ହେଲେ ସେଠାରୁ ମଧ୍ୟ ଉଠାଇ ଦିଆଯାଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସମ୍ପୂର୍ଣ୍ଣ ଭଙ୍ଗାଯିବା ପର୍ଯ୍ୟନ୍ତ ପୋଲିସ ମୁତୟନ ରହିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ଅଭିଯୋଗ କରିଛନ୍ତି, ଷ୍ଟେଶନ ନ ଭାଙ୍ଗି ବିକଳ୍ପ ବ୍ୟବସ୍ଥା ରହିଥିଲା। ହେଲେ ସରକାର ଲୋକଙ୍କ ସହ ଆଲୋଚନା ନ କରି ଭାଙ୍ଗିଦେଲେ। ସମ୍ବଲପୁର ରୋଡ୍‌ ଷ୍ଟେଶନ ସ୍ବାଧୀନତା ପୂର୍ବରୁ ୧୮୯୦ରେ ନିର୍ମାଣ ହୋଇଥିଲା। ଷ୍ଟେଶନରେ ଟିକେଟ କାଉଣ୍ଟର, ଯାତ୍ରୀ ପ୍ରତୀକ୍ଷାଳୟ ଭଳି ସମସ୍ତ ସୁବିଧା ରହିଛି। ପ୍ରକାଶ ଥାଉକି, ୨୦୨୧ ମସିହା ମାର୍ଚ୍ଚରେ ରେଳ ବିଭାଗ ଓ ଆନ୍ଦୋଳନ କମିଟି ପକ୍ଷରୁ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ରେଳ ବିଭାଗ, ପ୍ରଶାସନ ଓ ସ୍ଥାନୀୟ କମିଟି ମିଳିତ ଭାବେ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବେ ବୋଲି ସ୍ଥିର ହୋଇଥିଲା। ରେଳ ଲାଇନ କାମରେ ସମସ୍ୟା ନ ହୋଇ କିଭଳି ଐତିହ୍ୟ ଷ୍ଟେଶନକୁ ସୁରକ୍ଷିତ ରଖାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା। ଟିକେଟ କାଉଣ୍ଟର, ଯାତ୍ରୀ ବିଶ୍ରାମାଗାର, ରେଳ ରହଣି ଭଳି ସମସ୍ତ ସୁବିଧା ନେଇ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ମିଳିଥିଲା।

Share