ସମ୍ବଲପୁର, ୩।୩(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜର ଗୌରୀ ଶଙ୍କରଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁ ନିଳମ୍ବନ କରାଯାଇଛି । ସଦର ରେଞ୍ଜ ଅଧିନରେ ପ୍ରାୟ ୫ ମାସ ଭିତରେ ୬ଟି ହାତୀର ମୃତ୍ୟୁ ଘଟିଛି। ଏହାକୁ ନେଇ ବିଭାଗ ପକ୍ଷରୁ ରିପୋର୍ଟ ତଲବ କରାଯାଇଥିଲା । ଡିଏଫ୍ଓ ସଞ୍ଜିବ କୁମାର ସରକାରଙ୍କ ପାଖକୁ ରିପୋର୍ଟ ପଠାଇଥିଲେ । ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ରାତିରେ ନିଳମ୍ବନ କରାଯାଇଛି ।