କୂଳପତିଙ୍କ ନାଁରେ ଏତଲା ଦେଲା ସଂଘ

ସମ୍ବଲପୁର,୧୭।୫(ଡି.ଏନ୍‌.ଏ.): ସମ୍ବଲପୁର ବିଶ୍ୱବିଦ୍ୟାଳୟ କୂଳପତି ସଞ୍ଜୀବ ମିତ୍ତଲଙ୍କ ନାଁରେ ଲଜପତ ରାୟ ଲ କଲେଜର ଆଲୁମିନି ଆସୋସିଏସନ ମଙ୍ଗଳବାର ଧନୁପାଲି ଥାନାରେ ଏତଲା ଦେଇଛନ୍ତି। ସମ୍ବଲପୁର ଲଜପତ ରାୟ ଲ କଲେଜ ପାଣ୍ଠିର ୬୨ ଲକ୍ଷ ୬୭ ହଜାର ଟଙ୍କାକୁ ବେଆଇନ୍‌ ଭାବେ ବିଶ୍ୱବିଦ୍ୟାଳୟ ପାଣ୍ଠିକୁ ଟ୍ରାନ୍ସଫର କରିଥିବା ଅଭିଯୋଗ କରି ଏତଲା ଦିଆଯାଇଛି। ଏତଲାକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି।

Share