ସମ୍ବଲପୁର,୬ା୭(ବ୍ୟୁରୋ)-ସମ୍ବଲପୁର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁର୍ଲାରେ ଭିସୁଟ୍ ଅଧ୍ୟାପକ ଓ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଏହାକୁ ନେଇ ବୁର୍ଲାରେ ଭୟର ବାତାବରଣ ଖେଳି ଯାଇଛି। ତେଣୁ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଏକ ସପ୍ତାହ ପାଇଁ ବନ୍ଦ କରାଯାଇଛି। ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ.୨୭୫୪/୨୦ରେ ଏ ସମ୍ପର୍କୀତ ନୋଟିସ ଜାରି କରାଯାଇଛି । ଜୁଲାଇ ୭ରୁ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ଲାଗି ନିର୍ଦ୍ଦେଶ ରହିଛି। ଏହି ସମୟରେ ସମସ୍ତ କର୍ମଚାରୀଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଭିସୁଟର ଜଣେ ଅଧ୍ୟାପିକା କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଆସି ପରେ ଅନ୍ୟ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ପ୍ରାୟ ୮୦ ଜଣଙ୍କ ସ୍ବାବ୍ ପରୀକ୍ଷା ପାଇଁ ପଠାଯାଇଛି। ଭିସୁଟକୁ ଗତ ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି।