KIIT ବିବାଦ ମଧ୍ୟରେ Sambalpur Universityରେ ଲହୁଲୁହାଣ ଛାତ୍ରୀ: ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୦।୨: କିଟ୍‌ କ୍ୟାମ୍ପସରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ସମ୍ବଲପୁରରୁ ପୁଣି ଆସିଛି ଆଉ ଏକ ବଡ଼ ଖବର। Sambalpur Universityରେ ଅଧ୍ୟୟନରତ ଜଣେ ଛାତ୍ରୀଙ୍କୁ ଭିଆଇପି ରାସ୍ତାର ମେଟାକାନି ମନ୍ଦିର ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୁର୍ଲା ପୋଲିସ ଉଦ୍ଧାର କରି ବୁର୍ଲା Vimsarରେ ଭର୍ତ୍ତି କରିଛି। ଛାତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ଉଦ୍ଧାର ଛାତ୍ରୀ ଲାଇବ୍ରେରୀ ସାଇନ୍ସ ବିଭାଗର ବୋଲି ଜଣାପଡିଛି। ଅନ୍ୟପକ୍ଷେ ଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ।

ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ରାକେଶ ଦାସ ବୋଲି ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଉତ୍ତରାଞ୍ଚଳ ଆଇଜି ଏବଂ ସମ୍ବଲପୁର ଏସ୍‌ପି ସୂଚନା ଦେଇଛନ୍ତି।

ପୋଲିସ ସୂଚନା ମୁତବକ, ଛାତ୍ରୀ ଏବଂ ରାକେଶଙ୍କ ମଧ୍ୟରେ ଫୋନ୍‌ରେ ଯୋଗାଯୋଗ ରହିଥିଲା। ହେଲେ ସେମାନଙ୍କ ମଧ୍ୟରେ ମେଟକାନି ମନ୍ଦିର ନିକଟ ପଡ଼ିଆରେ ପ୍ରଥମେ କଥା କଟାକଟି ହୋଇ ଯୁକ୍ତିତର୍କ ହୋଇଥିଲା। ଏନେଇ ରାକେଶ ଉତ୍‌କ୍ଷିପ୍ତ ହୋଇ ଏକ ଇଟାରେ ଛାତ୍ରୀଙ୍କ ମୁଣ୍ଡକୁ ପିଟି ଆକ୍ରମଣ କରିଥିଲେ। ଫଳରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳଚକ୍ର ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଶ୍ରଦ୍ଧାଳୁ କହୁଛନ୍ତି ଘଟିବ..

ପୁରୀ,୧୭ା୩: ଚୈତ୍ର ମାସ କୃଷ୍ଣ ପ୍ରତିପଦା ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୋଲି ଉତ୍ସବ ଏବଂ ଚନ୍ଦନ ଅନୁକୂଳ ନୀତି ସମ୍ପନ୍ନ ହୋଇଛି। ଏହି ପରିପ୍ରେକ୍ଷୀରେ...

କେନାଲ ଆଡ଼ିରେ ପଡ଼ିଛି ଅଜଣା ମହିଳାଙ୍କ ମୃତଦେହ

ମୋରଡ଼ା,୧୭ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ହଳଦୀପାଳ ପଞ୍ଚାୟତର ଚିତ୍ରଡ଼ା ଫାଣ୍ଡି ପଛ ପଟ ଜଙ୍ଗଲ ନିକଟ ଦେଇ ଯାଇଥିବା ସୁବର୍ଣ୍ଣରେଖା କେନାଲ...

ରମାକାନ୍ତଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଆଜି ସ୍ବର୍ଗଦ୍ୱାରରେ ହେବ ଶେଷକୃତ୍ୟ

ଭୁବନେଶ୍ୱର,୧୭ା୩: ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଖାରବେଳନଗସ୍ଥିତ ତାଙ୍କ ବାସଭବନରେ ଶେଷ ଦର୍ଶନ କରିବା ସହ...

ଶଗଡ଼କୁ ଧକ୍କା ଦେଇ XUV ଫେରାର, ବୃଦ୍ଧାଙ୍କ ସମେତ ବଳଦ ମୃତ

ଦେବଗଡ଼,୧୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ ଛତାବର ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ ଶଗଡ଼କୁ ଧକ୍କା ଦେଇ XUV...

ସୁପର ସ୍ପେଶାଲିଟି ଡାକ୍ତରଖାନାର ଉଦ୍‌ଘାଟନ କରିବେ ଶାହା

ସମ୍ବଲପୁର,୧୭ା୩(ପ୍ରମୋଦ ବହିଦାର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୨୨ଓ ୨୩ ତାରିଖ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ପ୍ରଥମ ଦିନ ମାର୍ଚ୍ଚ ୨୨ରେ ସମ୍ବଲପୁରରେ...

ଦିନେ ଛାଡ଼ି ଦିନେ ହେଉଛି ପାନୀୟ ଜଳ ଯୋଗାଣ: ବର୍ଷା ଅପେକ୍ଷାରେ ଅଞ୍ଚଳବାସୀ

ରାଇକିଆ,୧୭ା୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସହରର ପାନୀୟ ଜଳ ଯୋଗାଣ ହେଉଛି ଏକ ପ୍ରମୁଖ ସମସ୍ୟା। ସହରବାସୀଙ୍କ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ୨ଗୁରୁତର

ଗୋପାଳପୁର,୧୭।୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋପାଳପୁର ଓଭର ବ୍ରିଜ ନିକଟ ବିଲୁ ଢ଼ାବା ସମୁଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା...

ଆଗକୁ କାଳବୈଶାଖୀ: ୨୦ରୁ ୨୬ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୭।୩: ଆଗକୁ ଆସୁଛି କାଳବୈଶାଖୀ। ଏହାର ପ୍ରଭାବରେ ରାଜ୍ୟରେ କମିବ ତାତି। ଆଶ୍ୱସ୍ତ ହେବେ ରାଜ୍ୟବାସୀ। ଗୁରୁଚାପ ବଳୟ ସାଙ୍ଗକୁ ଟ୍ରାପ୍‌ ଲାଇନ ପ୍ରଭାବରେ ଆସନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image