ସମ୍ବଲପୁର ହିଂସାକାଣ୍ଡ ଘଟଣା: ୪ ଜଣିଆ ଯାଞ୍ଚ ଟିମ ଗଠନ କଲା ଭାଜପା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡର ତଦନ୍ତ ନିମନ୍ତେ ଭାଜପା ଏକ ୪ ଜଣିଆ ଯାଞ୍ଚ ଟିମ ଗଠନ କରିଛି। ଏହି କମିଟିରେ ଉତ୍ତର ପ୍ରଦେଶର ରାଜ୍ୟ ସଭା ଏମ୍‌ପି ବ୍ରଜଲାଲ, ଝାଡଖଣ୍ଡ ରାଜ୍ୟ ସଭା ଏମ୍‌ପି ସମୀର ଓରାଓଁ, ଆଦିତ୍ୟ ସାହୁ ତଥା ପଶ୍ଚିମବଙ୍ଗ ପୁରୁଲିୟାର ଏମ୍‌ପି ଜ୍ୟୋର୍ତିମୟ ସିଂ ସଦସ୍ୟ ରହିଛନ୍ତି। ଏହି ଟିମ ଯାଞ୍ଚ କରି ତାହାର ରିପୋର୍ଟ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ହସ୍ତାନ୍ତର କରିବ ।

Share