ସମ୍ବଲପୁରୀ ଗାୟିକା ରୁକ୍‌ସାନାଙ୍କ କବର ଖୋଳିବାକୁ ଦେଲେନି ପରିବାର ଲୋକେ, ଫେରିଆସିଲେ ମାଜିଷ୍ଟ୍ରେଟ୍‌-ପୋଲିସ

ଭବାନୀପାଟଣା,୨୫ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାର ଜଣାଶୁଣା ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍‌ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୯ ତାରିଖ ଭୁବନେଶ୍ୱରସ୍ଥିତ ଏମ୍ସରେ ମୃତ୍ୟୁ ହୋଇଥିଲା। ସ୍କ୍ରବ୍‌ ଟାଇଫସ୍‌ରେ ତାଙ୍କ ମୃତ୍ୟୁ ହେଇଥିବା ଡାକ୍ତର କହୁଥିବା ବେଳେ ତାଙ୍କ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଥିଲେ।

ବଲାଙ୍ଗୀରରେ ଆଲବମ୍‌ ଶୁଟିଂ ସମୟରେ ରୁକ୍‌ସାନାଙ୍କୁ ଖାଇବା ପାଇଁ ଖାଦ୍ୟ ଓ ପିଇବା ପାଇଁ ଦିଆଯାଇଥିବା ଜୁସ୍‌ରେ ସ୍ଲୋ ପଏଜନ ଦିଆଯାଇ ହତ୍ୟା କରାଯାଇଥିବା ଓ ଏଥିରେ ସମ୍ବଲପୁରୀ ଗାୟକ ରୁକୁସୁନା ଓ ତାଙ୍କ ୨ ସହଯୋଗୀଙ୍କ ହାତ ରହିଥିବା ଅଭିଯୋଗ ଆଣି ତାଙ୍କ ନାମରେ ଗତ ସୋମବାର ସନ୍ଧ୍ୟାରେ ରୁକ୍‌ସାନାଙ୍କ ମା’ ସାହିଦା ବେଗମ ଭବାନୀପାଟଣା ଟାଉନ ଥାନାରେ ଏକ ୮ ପୃଷ୍ଠା ବିଶିଷ୍ଟ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ପରେ ପୋଲିସ ପ୍ରକୃତରେ ରୁକ୍‌ସାନାଙ୍କ ମୃତ୍ୟୁ କେଉଁ କାରଣରୁ ହେଇଛି ତାହା ପାଇଁ କବର ଖୋଲି ମୃତଦେହ ବ୍ୟବଚ୍ଛେଦ କରିବାକୁ ଚାହିଁଥିବାବେଳେ କବର ସ୍ଥାନରେ ଏହାକୁ ବିରୋଧ କରିଥିଲେ। ରୁକ୍‌ସାନାଙ୍କ ମା’ ସାହିଦା ବେଗମ ଓ ଭଉଣୀ ରୁବି। ପୋଲିସକୁ ଗାଳି କରିବା ସହ କବର ଖୋଲିଲେ ପୋଲିସ ଉପରେ କେସ କରିବେ ବୋଲି କହିଥିଲେ। ଭବାନୀପାଟଣା ସଦର ଥାନା ଓ ଟାଉନ ଥାନା ପୋଲିସ ତାଙ୍କ ମା’ଙ୍କୁ ବୁଝାଇବାରେ ଅସଫଳ ହେବା ପରେ ଘଟଣାସ୍ଥଳରେ ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ ଓ ମାଜିଷ୍ଟ୍ରେଟ୍‌ ଯୋଗେଶ୍ୱର ସାହୁ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ବୁଝାଶୁଝା କରିଥିଲେ। ହେଲେ ଜିଦରେ ରହିଥିଲେ ରୁକ୍‌ସାନାଙ୍କ ମା’ ଓ ଭଉଣୀ। ଏହି ମାମଲାକୁ ସିବିଆଇକୁ ଦିଆଗଲେ ସେତେବେଳେ କବର ଖୋଲିବାକୁ ଅନୁମତି ଦେବୁ ବୋଲି କହିଥିଲେ ରୁକ୍‌ସାନାଙ୍କ ଭଉଣୀ ରୁବି। ଯାହାଫଳରେ ନିରାଶ ହୋଇ ଘଟଣାସ୍ଥଳରୁ ପୋଲିସ ଓ ମାଜିଷ୍ଟ୍ରେଟ୍‌ ଫେରିଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ବିରୋଧରେ ବାହାରିଲା ମୁସ୍‌ଲିମ୍‌ ଅଞ୍ଜୁମାନ କମିଟି, ନାରାରେ କମ୍ପୁଛି ଜୟପୁର

ଜୟପୁର,୨୫ା୪: ଜୟପୁର ବ୍ରହ୍ମାସାହି ନିକଟ ମସ୍‌ଜିଦ୍‌ରେ ଶୁକ୍ରବାର ଅବସରେ ନାମଜ ପରେ ନିଷ୍ପତ୍ତି ନିଆଯାଇଥିଲା। ସେହି ନିଷ୍ପତ୍ତି ଅନୁଯାୟୀ ମୁସଲିମ ଅଞ୍ଜୁମାନ କମିଟିର ସଦସ୍ୟମାନେ ଏକ...

ବର୍ଷେ ହେଲା ପମ୍ପ ହାଉସ୍‌ ଅଚଳ: ଝରଣାପାଣି ପିଉଛନ୍ତି ଗ୍ରାମବାସୀ

ସୁନାବେଡା,୨୫ା୪(କୃତ୍ତିବାସ ପ୍ରଧାନ): ସରକାର ବସୁଧା ଯୋଜନାରେ ଗ୍ରାମାଞ୍ଚଳରେ ପାନୀୟ ଜଳର ସୁବିଧା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ପାଣି ଟାଙ୍କି ସହ ପମ୍ପ ହାଉସ କରିଥିଲେ...

Pahalgam Terror Attack: ଭାରତ-ପାକିସ୍ତାନ ବର୍ଡରରେ ପହଞ୍ଚିଲେ Army Chief: କିଛି ବି ଘଟିପାରେ

ଶ୍ରୀନଗର,୨୫।୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ଶ୍ରୀନଗରରେ ପହଞ୍ଚିଛନ୍ତି। ଏଠାରେ ସେନା କମାଣ୍ଡରମାନେ ଜେନେରାଲ ଦ୍ୱିବେଦୀଙ୍କୁ ବର୍ତ୍ତମାନର...

ଘନଘନ ବିଦ୍ୟୁତ୍‌ କାଟ, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡି,୨୫।୪(ଅରୁଣ ସାହୁ): ରାଜ୍ୟର ଚାରିଆଡେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଗତ କିଛିଦିନ ହେଲା ଘନଘନ ବିଦ୍ୟୁତ୍‌ କାଟକୁ...

ହତ୍ୟାକାଣ୍ଡ ରାୟ ପ୍ରକାଶ: ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଖୋର୍ଦ୍ଧା,୨୫ା୪(ପ୍ରଭାତ ପାଣିଗ୍ରାହୀ): ୧୦ବର୍ଷ ପରେ ଏକ ହତ୍ୟାକାଣ୍ଡ ରାୟ ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦୌରାଜଜ୍‌ (୧ମ) ମଞ୍ଜୁଲତା...

ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ମନ୍ତବ୍ୟରୁ ବିରତ ରହିବାକୁ ନିର୍ଦ୍ଦେଶ: ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୫।୪: ସୁପ୍ରିମକୋର୍ଟ ଶୁକ୍ରବାର କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ବୀର ସାଭରକରଙ୍କ ବିଷୟରେ ଦିଆଯାଇଥିବା ମନ୍ତବ୍ୟ...

ପହଲଗାମ୍‌ରୁ ସତ୍ୟବାଦୀ ଫେରିଲେ ୮ ପର୍ଯ୍ୟଟକ

ସାକ୍ଷୀଗୋପାଳ,୨୫ା୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଜମ୍ମୁ-କଶ୍ମୀରର ପହଲଗାମ୍‌ ପରିଭ୍ରମଣରେ ଯାଇଥିବା ସତ୍ୟବାଦୀର ୮ ଜଣ ପର୍ଯ୍ୟଟକ ସୁରକ୍ଷିତ ଫେରି ଆସିଛନ୍ତି। ସେମାନେ ହେଲେ ଦୀପକ ଶତପଥୀ,...

ଯେଉଁଠି ଲୁଚିଛନ୍ତି, ଖୋଜିଆଣି ଦଣ୍ଡ ଦିଅ: ସେନା ମୁଖ୍ୟଙ୍କୁ କହିଲେ ଏଲଜି

ଶ୍ରୀନଗର,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଜମ୍ମୁ ଏବଂ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ନର (ଏଲଜି) ମନୋଜ ସିହ୍ନା ଆଜି ଶ୍ରୀନଗରରେ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image