ଦେବାଶିଷଙ୍କ ମନ୍ତବ୍ୟକୁ ନେଇ ବଡ଼ ପ୍ରତିକ୍ରିୟା ଦେଲେ ଦାମଙ୍କ ପୁଅ ସମ୍ବିତ, କହିଲେ…

ଭୁବନେଶ୍ୱର,୯।୭: ବିଜେଡି ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟଙ୍କ ପ୍ରତ୍ୟାଖ୍ୟାନ ମନ୍ତବ୍ୟ ପରେ ଦାମୋଦର ରାଉତଙ୍କ ପୁଅ ତଥା ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ୨୦୧୯ରେ ୭୦ ହଜାର ଭୋଟ ପାଇଥିଲି, ଏଥର ପତ୍ନୀ ୭୦ ହଜାର ପାଇଲେ। ଯେତିକି ଭୋଟ ପାଇଥିଲି, ସେତିକି ପାଇଲୁ, ପ୍ରତ୍ୟାଖ୍ୟାନ ହେଲୁ କେମିତି। କଟକ ବିଜେଡିର ଗଡ଼। ହେଲେ ୨୦୧୯ରେ ଦେବାଶିଷ ବାବୁ ସେଠୁ ହାରିଲେ। ମାଟିଗୋଡ଼ି ଜିତିଲେ, କିନ୍ତୁ ଦେବାଶିଷ ବାବୁ ହାରିଗଲେ। ଆମ ପରିବାର ନୁହେଁ, ଲୋକ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ସମ୍ବିତ କହିଛନ୍ତି। ପାରାଦୀପରୁ ପ୍ରତିନିଧିତ୍ୱ କରିବା ଆଶା ସଫଳ ହେଉନଥିବାରୁ ଦେବାଶିଷ ଅସନ୍ତୋଷ ଅଛନ୍ତି।

ପାରାଦୀପ ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳିଙ୍କୁ ବିଜେଡି ପ୍ରାର୍ଥୀ କରାଯାଇଥିଲା। ହେଲେ ଭାଜପା ପ୍ରାର୍ଥୀ ସମ୍ପଦ ଚନ୍ଦ୍ର ସ୍ବାଇଁ ସେହି ବିଧାନସଭା ଆସନରୁ ବାଜି ମାରିନେଇଥିଲେ। ଯାହାକୁ ନେଇ ଦେବାଶିଷ ସମ୍ବିତଙ୍କୁ ସମାଲୋଚନା କରିଥିଲେ।

Share