Categories: ଜାତୀୟ

ଏହି ବ୍ୟକ୍ତିଙ୍କୁ ଇଣ୍ଟରଭ୍ୟୁ ଦେବାରୁ ହାରିଗଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବଘେଲ, ପଞ୍ଜାବ ପୂର୍ବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ମଧ୍ୟ ହୋଇଥିଲା ସମଦଶା, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୫।୧୨: ଫାଇନାଲ ମ୍ୟାଚ ପୁର୍ବରୁ ସେମିଫାଇନାଲ ମ୍ୟାଚରେ ଫେଲ ମାରିଛି କଂଗ୍ରେସ। କଂଗ୍ରେସ ରାଜ୍ୟ କୁହାଯାଉଥିବା ଛତିଶଗଡରେ ଏଥରର ବିଧାନସଭା ନିର୍ବାଚନରେ ଦଳ ଧରାଶାୟୀ ହୋଇଛି। ଯାହାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଛି। ରାଜନୈତିକ ବିଶେଷଜ୍ଞନୁସାରେ ଛତିଶଗଡ ପୂର୍ବ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ କ୍ଷମତାରୁ ବେଦଖଲ ହେବା ପରେ ପୁଣି ଗାଦିକୁ ଫେରିବା ଅସମ୍ଭବ ବୋଲି କୁହାଯାଉଛି। ଏନେଇ ବିଭିନ୍ନ ପ୍ରକାର ଦିଗକୁ ଭିନ୍ନ ଭିନ୍ନ ସମୀକ୍ଷା କରାଯାଉଛି। ଏହାରି ଭିତରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ଯୋଗୁ ବଘେଲ ହାରିଲେ ବୋଲି ଅନୁମାନ କରାଯାଉଛି। କହିରଖୁଛୁ କି, ଭିଡିଓଟି ଏକ ସାକ୍ଷାତକାରର। ଯେଉଁଥିରେ ଜଣେ ୟୁଟ୍ୟୁବର ପୂର୍ବ ମୁଖ୍ୟମନ୍ତ୍ରୀ ବଘେଲଙ୍କର ସାକ୍ଷାତକାର ନେଉଛନ୍ତି। ଯେଉଁଠାରେ ବ୍ୟକ୍ତି ଜଣକ କହୁଛନ୍ତି, ଯେଉଁ ସିଏମ ତାଙ୍କୁ ସାକ୍ଷାତକାର ଦିଅନ୍ତି ସେ ନିର୍ବାଚନରେ ହାରିଯାଆନ୍ତି। ଯାହକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ  ଟିପ୍ପଣୀ କରାଯାଉଛି।

ବଘେଲଙ୍କର ଏହି ସାକ୍ଷାତକାର ବର୍ଷେ ପୂର୍ବର। ‘ଅନଫିଲର୍ଟଡ ବାୟ ସମଦିଶ’ ନାମକ ଏହି ୟୁଟ୍ୟୁବ ଚାନେଲରେ ରାଜନୈତିକ ନେତାଙ୍କ ସହ ସାକ୍ଷାତକାର ନିଆଯାଇଥାଏ। ଭାଇରାଲ ହେଉଥିବା ଭିଡିଓରେ ସମଦିଶ କହୁଛନ୍ତି, ଯେବେ ବି ମୁଁ କ୍ଷମତାସୀନ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର କରିଥାଏ ପରବର୍ତ୍ତୀ ମୂହୁର୍ତ୍ତରେ ସେମାନେ କ୍ଷମତାଚ୍ୟୁତ ହୋଇଥାନ୍ତି। ଏହି କଥା ଶୁଣିବା ମାତ୍ରେ ବଘେଲଙ୍କ ମୁହଁର ରଙ୍ଗ ଉଡି ଯାଇଥିଲା। ପରେ ସମଦିଶ କହିଛନ୍ତି, ଆଶା କରୁଛି ଆପଣଙ୍କ ସହ ଏପରି ନ ହେଉ। ଯଦି ଏପରି ହୁଏ ଆଗକୁ କେଉଁ ବି ମୁଖ୍ୟମନ୍ତ୍ରୀ ମୋତେ ସାକ୍ଷାତକାର ଦେବେ ନାହିଁ। ଶେଷ ଥର ପଞ୍ଜାବର ପୂର୍ବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସହ ମଧ୍ୟ ସମଦଶା ହୋଇଥିଲା। ସେ ମୋତେ ନିର୍ବାଚନ ପୂର୍ବରୁ ସାକ୍ଷାତକାର ଦେଇଥିଲେ। ତେବେ ପରେ ନିର୍ବାଚନରେ ସେ ହାରି ଯାଇଥିଲେ। ଆଉ ପଞ୍ଜାବରେ ଆମ ଆଦମି ପାର୍ଟି ସରକାର ଗଢି ଥିଲା।

ସେହିପରି ଭାବରେ ସମଦିଶ କେଟି ରାମା ରାଓଙ୍କ ମଧ୍ୟ ସାକ୍ଷାତକାର ଦେଇଥିଲେ। ସିଏ ବି ତେଲଙ୍ଗାନାରେ କ୍ଷମତାଚ୍ୟୁତ ହୋଇ ସାରିଛନ୍ତି। ରାମା ରାଓ ବିଆରଏସ ମୁଖିଆ ଓ ତେଲଙ୍ଗାନା ପୂର୍ବ ମୁଖ୍ୟମନ୍ତ୍ରୀ କେସିଆରଙ୍କ ପୁଅ ଅଟନ୍ତି।

Share