ରୋମ୍,୧୯ା୩: ୟୁରୋପୀୟ ଦେଶ ଇଟାଲୀରେ ସମଲିଙ୍ଗୀ ଦମ୍ପତିଙ୍କ ଉପରେ ହୋଇଥିବା ନିଷ୍ପତ୍ତିକୁ ନେଇ ସରକାରଙ୍କୁ ଦୃଢ଼ ବିରୋଧ କରାଯାଉଛି। ସମଲିଙ୍ଗୀ ଦମ୍ପତିଙ୍କ ପିଲାମାନଙ୍କର ଜନ୍ମ ପଞ୍ଜୀକରଣକୁ ନିଷିଦ୍ଧ କରିବା ପାଇଁ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଆଦେଶ ସମଲିଙ୍ଗୀ ପିତାମାତାଙ୍କ ଅଧିକାର ଉପରେ ପ୍ରତିବନ୍ଧକ ଲଗାଇଛି।
ସରକାରଙ୍କ ଏହି ନିଷ୍ପତ୍ତି ପରଠାରୁ ଇଟାଲୀର ସମଲିଙ୍ଗୀ ସମ୍ପ୍ରଦାୟ ବହୁ ପରିମାଣରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ସମଲିଙ୍ଗୀଙ୍କ ଅଧିକାର ପାଇଁ ଶହ ଶହ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ସରକାରଙ୍କ ନିଷ୍ପତ୍ତିରେ ବିକ୍ଷୋଭକାରୀମାନେ ସହରରେ ଏଲ୍ଜିବିଟି ପତାକା ପ୍ରଦର୍ଶନ କରିଛନ୍ତି।