ନୂଆଦିଲ୍ଲୀ,୧୯।୪: ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ଶୁଣାଣି କ୍ରମାଗତ ଦ୍ୱିତୀୟ ଦିନ ସୁପ୍ରିମକୋର୍ଟରେ ଜାରି ରହିଛି। ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମୋଦନ ଦେବା ଆବେଦନରେ ସୁପ୍ରିମକୋର୍ଟ କହିଛନ୍ତି, ସମଲିଙ୍ଗୀ ସମ୍ପର୍କ କେବଳ ସହରୀ ଧାରଣା ନୁହେଁ। ସିଜେଆଇ ଡି ଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି, ସହରରେ ନିଜର ଯୌନ ପରିଚୟ ପ୍ରକାଶ କରୁଥିବା ଅଧିକ ଲୋକ ସାମ୍ନାକୁ ଆସନ୍ତି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏହାକୁ ସହରୀ ଧାରଣା କୁହାଯାଇପାରେ।
ସିଜେଆଇ ଚନ୍ଦ୍ରଚୂଡ଼ ଆହୁରି କହିଛନ୍ତି, ସରକାରଙ୍କ ପାଖରେ ଏପରି କୌଣସି ତଥ୍ୟ ନାହିଁ ଯାହା ଦର୍ଶାଏ ଯେ ସମଲିଙ୍ଗୀ ବିବାହର ଚାହିଦା କେବଳ ସହରୀ ଶ୍ରେଣୀରେ ସୀମିତ। ଗୋଟିଏ ଚରିତ୍ର ଆଧାରରେ ରାଜ୍ୟ ଜଣେ ବ୍ୟକ୍ତିଙ୍କୁ ଭେଦଭାବ କରିପାରିବ ନାହିଁ, ଯାହା ଉପରେ ବ୍ୟକ୍ତିର କୌଣସି ନିୟନ୍ତ୍ରଣ ନାହିଁ। ସମଲିଙ୍ଗୀ ବିବାହ ବିବାହ ଆବେଦନକୁ ବିରୋଧ କରି କେନ୍ଦ୍ର ସରକାର କହିଛନ୍ତି, ଏହା କେବଳ କିଛି ସହରୀ ଶ୍ରେଣୀର ଚିନ୍ତାଧାରାକୁ ପ୍ରତିଫଳିତ କରିଥାଏ।