ନେପାଳରେ ବିବାହ କଲେ ସମଲିଙ୍ଗୀ: ଦକ୍ଷିଣ ଏସିଆରେ ପ୍ରଥମ…

କାଠମାଣ୍ଡୁ,୩୦।୧୧ : ସମଲିଙ୍ଗୀ ବିବାହ ପଞ୍ଜିକରଣ କରିଥିବା ନେପାଳ ଦକ୍ଷିଣ ଏସିଆର ପ୍ରଥମ ଦେଶ ହୋଇଛି। ବ୍ଲୁ ଡାଇମଣ୍ଡ ସୋସାଇଟି ନାମକ ଏକ ସଂସ୍ଥାର ସଭାପତି ସଞ୍ଜୀବ ଗୁରୁଙ୍ଗ (ପିଙ୍କି) ଙ୍କ ଅନୁଯାୟୀ ୩୫ ବର୍ଷିୟ ଟ୍ରାନ୍ସଜେଣ୍ଡର ମାୟା ଗୁରୁଙ୍ଗ ଏବଂ ୨୭ ବର୍ଷ ବୟସ୍କ ସମଲିଙ୍ଗୀ ସୁରେନ୍ଦ୍ର ପାଣ୍ଡେ ଆଇନଗତ ଭାବରେ ବିବାହ କରିଛନ୍ତି। ପଶ୍ଚିମ ନେପାଳର ଲାମଜଙ୍ଗ ଜିଲାର ଡର୍ଡି ଗ୍ରାମୀଣ ପୌରପାଳିକାରେ ସେମାନଙ୍କ ବିବାହ ପଞ୍ଜିକୃତ ହୋଇଛି। ନିଜ ପରିବାରର ସହମତିରେ ପାରମ୍ପାରିକ ଢଙ୍ଗରେ ବିବାହ କରିଥିବା ସୁରେନ୍ଦ୍ର ଏବଂ ମାୟା ଗତ ୬ ବର୍ଷ ଧରି ସ୍ତ୍ରୀ-ସ୍ବାମୀ ଭାବରେ ଏକାଠି ରହୁଥିଲେ।

ନେପାଳର ସର୍ବୋଚ୍ଚ ନ୍ୟାୟାଳୟ ପାଞ୍ଚ ମାସ ପୂର୍ବେ ସମଲିଙ୍ଗୀ ବିବାହକୁ ଆଇନଗତ କରିଥିଲେ। ବ୍ଲୁ ଡାଇମଣ୍ଡ ସୋସାଇଟି ସଂଗଠନ ନେପାଳର ଟ୍ରାନ୍ସଜେଣ୍ଡରଙ୍କ ଅଧିକାର ଏବଂ କଲ୍ୟାଣ ପାଇଁ କାର୍ଯ୍ୟ କରେ। ପିଙ୍କି କହିଛନ୍ତି େକେବଳ ନେପାଳରେ ନୁହେଁ ସମଗ୍ର ଦକ୍ଷିଣ ଏସିଆରେ ଏହା ହେଉଛି ପ୍ରଥମ ଘଟଣା ଏବଂ ଆମେ ଏହି ନିଷ୍ପତ୍ତିକୁ ସ୍ବାଗତ କରୁଛୁ। ପ୍ରଥମ ସମଲିଙ୍ଗୀ ବିବାହର ପଞ୍ଜୀକରଣ ବିଷୟରେ ଜାଣି ସେ ବହୁତ ଖୁସି ବୋଲି ପିଙ୍କି କହିଛନ୍ତି। ନେପାଳର ତୃତୀୟ ଲିଙ୍ଗ ସମ୍ପ୍ରଦାୟ ପାଇଁ ଏହା ଏକ ବଡ଼ ସଫଳତା ।

ପିଙ୍କି କହିଛନ୍ତି ଏହିପରି ଅନେକ ଦମ୍ପତି ସେମାନଙ୍କର ପରିଚୟ ଏବଂ ଅଧିକାର ବିନା ବଞ୍ଚୁଛନ୍ତି ଏବଂ ଏହା ସେମାନଙ୍କୁ ବହୁତ ସାହାଯ୍ୟ କରିବ। ସେ କହିଛନ୍ତି ଯେ ବର୍ତ୍ତମାନ ଏହି ସମ୍ପ୍ରଦାୟର ଅନ୍ୟ ଲୋକଙ୍କ ପାଇଁ ସେମାନଙ୍କର ବିବାହକୁ ଆଇନଗତ କରିବା ପାଇଁ ଦ୍ୱାର ଖୋଲିଛି। ବର୍ତ୍ତମାନ ସେ ତାଙ୍କ ବିବାହକୁ ଅସ୍ଥାୟୀ ଭାବରେ ପଞ୍ଜୀକୃତ କରିବାରେ ସମର୍ଥ ହେବେ। ଏବଂ ଆବଶ୍ୟକ ଆଇନ ତିଆରି ହେବା ପରେ ଏହା ସ୍ଥାୟୀ ମାନ୍ୟତା ପାଇବ ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ମାୟା କହିଛନ୍ତି ଏହା ତାଙ୍କ ପାଇଁ ଉତ୍ସବର ଏକ ମୁହୂର୍ତ୍ତ। ମାୟା କହିଛନ୍ତି, ଆନୁଷ୍ଠାନିକ ଭାବରେ ଆମର ବିବାହ ପଞ୍ଜିକରଣ କରି ଆମେ ବହୁତ ଖୁସି। ବର୍ତ୍ତମାନ ଆମେ ଏହାକୁ ନାଚ ଏବଂ ପାର୍ଟି କରି ପାଳନ କରୁଛୁ । ମାୟା କହିଛନ୍ତି, ଏହି ଉତ୍ସବକୁ ଏକାଠି ପାଳନ କରିବାକୁ ସୁରେନ୍ଦ୍ର ଏବଂ ମୁଁ ଲାମଜଙ୍ଗର ଡୋର୍ଡିରେ ଅଛୁ। ଆମର ବିବାହ ପଞ୍ଜୀକରଣ ନିଷ୍ପତ୍ତି ଦ୍ୱାରା ଆମେ ଅତ୍ୟଧିକ ସମ୍ମାନିତ ଅନୁଭବ କଲୁ ।

୨୦୦୭ ମସିହାରେ ନିଜେ ନେପାଳର ସର୍ବୋଚ୍ଚ ନ୍ୟାୟାଳୟ ସମଲିଙ୍ଗୀ ବିବାହ ପାଇଁ ଅନୁମତି ଦେଇଥିଲେ। ୨୦୧୫ରେ ଗ୍ରହଣ କରାଯାଇଥିବା ନେପାଳର ସମ୍ବିଧାନରେ ମଧ୍ୟ ସ୍ପଷ୍ଟ ଭାବେ କୁହାଯାଇଛି ଯୌନ ଆଭିମୁଖ୍ୟ ଆଧାରରେ କୌଣସି ଭେଦଭାବ ହୋଇପାରିବ ନାହିଁ। ୨୭ ଜୁନ ୨୦୨୩ ରେ ସୁପ୍ରିମକୋର୍ଟ ଗୁରୁଙ୍ଗଙ୍କ ସମେତ ଅନେକ ଲୋକଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଲିଖିତ ଆବେଦନ ଉପରେ ନେପାଳରେ ସମଲିଙ୍ଗୀ ବିବାହକୁ ଆଇନଗତ କରିବାକୁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ସମଲିଙ୍ଗୀ ବିବାହକୁ ସାମୟିକ ଭାବେ ପଞ୍ଜୀକୃତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଆଦେଶ ସତ୍ତ୍ୱେ କାଠମାଣ୍ଡୁ ଜିଲା କୋର୍ଟ ଚାରିମାସ ପୂର୍ବରୁ ଆବଶ୍ୟକ ଆଇନର ଅଭାବ ଦର୍ଶାଇ ଏହି ପଦକ୍ଷେପକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେତେବେଳେ ସୁରେନ୍ଦ୍ର ପାଣ୍ଡେ ଏବଂ ମାୟାଙ୍କ ବିବାହ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri