Advertisement

ସମଲିଙ୍ଗୀ ବିବାହକୁ ମିଳିବ କି ଅନୁମତି ? ମଙ୍ଗଳବାର ନିଷ୍ପତ୍ତି ଶୁଣାଇବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୧୦:(୧୦) ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ମାନ୍ୟତା ଦାବି କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ମଙ୍ଗଳବାର କୋର୍ଟ ନିଜର ନିଷ୍ପତି ଶୁଣାଇବେ। ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ପୀଠ ଏହି ମାମଲାର ଶୁଣାଣି ୧୦ ଦିନ ଧରି କରିଥିଲେ। ଆବେଦନକରି ଦାବି କରିଥିଲେ ଯେ ସେମାନଙ୍କର ବିବାହକୁ ଆଇନ ଅନୁଯାୟୀ ମାନ୍ୟତା ମିଳୁ।

ଶୁଣାଣି ସମୟରେ କେନ୍ଦ୍ର ସରକାର ଏହାକୁ ବିରୋଧ କରିଥିଲେ ଏବଂ କହିଥିଲେ ଏହା ଏକ ସହରୀ ଚିନ୍ତାଧାରା ଅଟେ, ଏହାର ଦାବି ବଡ ସହର ମାନଙ୍କରେ କିଛି ଅଭିଜାତ୍ୟ ଲୋକମାନଙ୍କର ଅଟେ। ତେଣୁକରି ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ଦ୍ୱାରା ଏହାର ପ୍ରଭାବ ସମସ୍ତଙ୍କ ଉପରେ ପଡିବ। ଏହାର ଜବାବରେ ପ୍ରଧାନ ବିଚାରପତି ସରକାରଙ୍କ ପାଖରେ ସମଲିଙ୍ଗୀ ବିବାହର କୌଣସି ତଥ୍ୟ ଅଛି କି ବୋଲି ପଚାରିଥିଲେ। ଏହାପରେ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ବଦଳରେ ସେମାନଙ୍କୁ କିଛି ସ୍ୱତନ୍ତ୍ର ଅଧିକାର ଦେବା ଉପରେ ବିଚାର କରିବେ ବୋଲି କହିଥିଲେ।

ପରବର୍ତ୍ତୀ ଶୁଣାଣି ସମୟରେ କୋର୍ଟ କହିଥିଲେ କି ”ଏହା ସରକାରଙ୍କ ଉପରେ ନିର୍ଭର କରେ। ସମଲିଙ୍ଗୀ ସମ୍ପର୍କକୁ ମାନ୍ୟତା ଦିଅନ୍ତୁ କିମ୍ବା ନାହିଁ, କିନ୍ତୁ ସରକାରଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ, ଏହିଭଳି ଯୋଡି ମାନଙ୍କୁ ବିବାହର ମାନ୍ୟତା ବିନା ସାମାଜିକ ଏବଂ ଅନ୍ୟ ଲାଭ ଏବଂ ଆଇନ ଅନୁଯାୟୀ ଅଧିକାର ପ୍ରଦାନ କରାଯାଉ। ତେବେ କୋର୍ଟ ଆବେଦାନକାରୀ ଯୁବକମାନନଙ୍କ ଭାବନାକୁ ଆଧାର କରି ହିଁ ମାମଲାରେ ନିଷ୍ପତି ନେଇପାରିବେ ନାହିଁ ବୋଲି ଜଣାଇଥିଲେ। ବିବାହ କେବଳ ବୈଧାନିକ ନୁହେଁ ବରଂ ସାମ୍ବିଧାନିକ ସୁରକ୍ଷାର ମଧ୍ୟ ହକଦାର ଅଟେ। ”

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share