ସମଲିଙ୍ଗୀ ବିବାହକୁ ଅନୁମତି,…

ବେର୍ନ,୨୭।୯: ସୁଇଜରଲାଣ୍ଡରେ ସରକାର ସମଲିଙ୍ଗୀ ବିବାହକୁ ଅନୁମତି ପ୍ରଦାନ କରିଛନ୍ତି। ଏନେଇ ହୋଇଥିବା ଜନମତ ସଂଗ୍ରହରେ ୬୪.୧ ପ୍ରତିଶତ ନାଗରିକ ପ୍ରସ୍ତାବ ସପକ୍ଷରେ ମତ ଦେଇଛନ୍ତି। ପଶ୍ଚିମ ୟୁରୋପର କେତେକ ଦେଶରେ ପୂର୍ବରୁ ସମଲିଙ୍ଗୀ ବିବାହକୁ ଅନୁମତି ମିଳିଥିଲା। ଏବେ ସୁଇଜରଲାଣ୍ଡ ସେହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି।

୨୦୦୭ରେ ସମଲିଙ୍ଗୀ ଯୋଡ଼ାଙ୍କୁ ଏକାଠି ରହିବା ଲାଗି ସ୍ବୀକୃତି ପ୍ରଦାନ କରାଯାଇଥିଲା। ଏବେ ବିବାହ ଅନୁମତି ପରେ ସମଲିଙ୍ଗୀ ଯୋଡ଼ାଙ୍କୁ ବହୁ ଅଧିକାର ମିଳିପାରିବ। ସେମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ। ଏହା ସହିତ ଦେଶର ନାଗରିକତା ମଧ୍ୟ ସେମାନଙ୍କ ପ୍ରଦାନ କରାଯିବ। ଯାହାଦ୍ୱାରା ବିଭିନ୍ନ ସରକାରୀ ଯୋଜନାର ଲାଭ ସେମାନେ ନେଇ ପାରିବେ।

ତେବେ କେତେକ ଲୋକ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ, ଶିଶୁ ପାଇଁ ଉଭୟ ମାତାପିତାର ସ୍ନେହ ଜରୁରୀ। ମାତ୍ର ସମଲିଙ୍ଗୀ ଯୋଡ଼ା ଏହା ଦେବାକୁ ସକ୍ଷମ ହୋଇ ପାରିବେ ନାହିଁ। ଅପରପକ୍ଷରେ କେତେକ ଏହା ପ୍ରକୃତି ନିୟମର ଉଲ୍ଲଂଘନ ବୋଲି କହିଛନ୍ତି।

Share